fbpx

IPL-2022 Live ଦେଖନ୍ତୁ ମାଗଣାରେ: ଆପଣମାନଙ୍କ ପାଇଁ Jio ଲଞ୍ଚ କରିଛି ଏହି ଖାସ୍ ଅଫର

ନୂଆଦିଲ୍ଲୀ: ଆଜିଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୨ର ଶୁଭାରମ୍ଭ ହେଉଛି । ଆଜିର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ । ଚଳିତ ଆଇପିଏଲର ସମସ୍ତ ମ୍ୟାଚ ଆପଣ ଡିସନେ ପ୍ଲସ ହଟଷ୍ଟାର ଓ ଜିଓ ଟିଭି ଆପରେ ଲାଇଭ୍ ଦେଖିପାରିବେ । ତେବେ ଏହି ଅବସରରେ ଜିଓ ପକ୍ଷରୁ ଏକ ଶସ୍ତା ପ୍ଲାନ ଲଞ୍ଚ କରାଯାଇଛି । ସେଥିରେ ଡିସନେ ପ୍ଲସ ହଟଷ୍ଟାରର ଆକ୍ସେସ୍ ମିଳିପାରିବ ।

ଯଦି ଆପଣ ଏହି ପ୍ଲାନ ନେବାକୁ ଚାହୁଁଥାନ୍ତି ତେବେ ଆପଣଙ୍କୁ ୪୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଜିଓର ୪୯୯ ଟଙ୍କିଆ ପ୍ଲାନ ସହ ଡିସନେ ପ୍ଲସ ହଟଷ୍ଟାର ଏକ ବର୍ଷ ପାଇଁ ସବସ୍କ୍ରିପସନ ମିଳୁଛି । ଏଥିରେ ୨୮ ଦିନ ଭାଲିଡିଟି, ଦୈନିକ ୨ ଜିବି ଡାଟା ଓ ଅନଲିମିଟେହ ଭଏସ୍ କଲିଂ ସୁବିଧା ପ୍ରଦାନ କରାଯାଉଛି । ଅର୍ଥାତ ଏହି ପ୍ଲାନରେ ୟୁଜର୍ସଙ୍କୁ ମୋଟ ୫୬ ଜିବି ଡାଟା ମିଳିଥାଏ । ଏଥିସହ ଦୈନିକ ୧୦୦ ଏସଏମଏସ୍ ଓ ଅସୀମିତ କଲିଂ ସୁବିଧା ମିଳିଥାଏ । ୪୯୯ ଟଙ୍କାର ପ୍ରିପେଡ୍ ପ୍ଲାନରେ ୟୁଜର୍ସଙ୍କୁ ଡିସନେ ପ୍ଲସ ହଟଷ୍ଟାର ମୋବାଇଲର ସବସ୍କ୍ରିପସନ, ଜିଓ ଟିଭି, ଜିୟୋ ସିନେମା, ଜିୟୋ ସିକ୍ୟୁରିଟି ଓ ଜିୟୋ କ୍ଲାଉଡର ଫ୍ରି ଆକ୍ସେନ ମିଳିଥାଏ ।

Get real time updates directly on you device, subscribe now.