fbpx

ସକାଳୁ ଉଠି ଦେଖିଦିଅନ୍ତୁ ଏହି ଜିନିଷ, ସବୁ କାର୍ଯ୍ୟରେ ହେବେ ସଫଳ !

ଘଟଣା ଓ ଦୁର୍ଘଟଣା ମଣିଷ ସହ ସବୁ ବେଳେ ଜଡ଼ିତ ହୋଇ ରହିଛି । ତେଣୁ ପ୍ରତିଦିନ ଆମେ ଯାହା ଦେଖିଥାଉ ଓ କରିଥାଉ ତାହା ଆମ କାର୍ଯ୍ୟ ଉପରେ ପଡ଼ିଥାଏ । ସେହିପରି ଦିନ ଯାକ ଯାହା ଆମ ସହ ଯାହା ହୋଇଥାଏ ତାହା ଆମର ସକାଳୁ ଉଠି କରିଥିବା କାର୍ଯ୍ୟ ଉପରେ ନିର୍ଭର କରିଥାଏ । କିଛି ଘଟଣା ଆମ ଜୀବନରେ ଘଟିଥାଏ ତାହା ଆମେ ଅଣଦେଖା କରିଥାଉ କିନ୍ତୁ ଆମ ବାସ୍ତବ ଜୀବନରେଏହା ଭବିଷ୍ୟତ ସହିତ ଜଡ଼ିତ ଥାଏ । ତେଣୁ ସକାଳୁ ଉଠି ଏହି ଜିନିଷ ଦେଖିବାକୁ ମିଳୁଥିଲେ ଆପଣ ସବୁ କାର୍ଯ୍ୟରେ ସଫଳ ହେବାର ସମ୍ଭାବନା ରହିଥାଏ ।

ପ୍ରଥମେ ସକାଳୁ ଉଠି ଘର ଉପରେ ଥିବା କୌଣସି ଚଢ଼େଇ ବସା କରୁଥିବା ଦେଖିଲେ ଏହା ଶୁଭ ହୋଇଥାଏ । ଏହାସହ କୌଣସି ଚଢ଼େଇ ଯେଉଁ ବ୍ୟକ୍ତିଙ୍କ ଘର ଉପରେ ବସା ବନେଇ ଥାଏ ସେହି ଘରେ ଅଭାବ ରୁହେ ନାହିଁ । ସବୁ ବେଳେ ଶୁଭ ଖବର ମିଳିଥାଏ ।

ସେହିପରି ଦ୍ୱିତୀୟରେ ସକାଳୁ ଯିବା ବାଟରେ ଯଦି ବିଲେଇର ଛୁଆକୁ ଦେଖିଥାନ୍ତି ତେବେ ତାହା ଅଶୁଭ ନୁହେଁ ବରଂ ଶୁଭ ହୋଇଥାଏ । ଦିନକ ଯାକ ଖୁସି ଖବର ମିଳିଥାଏ । ଆପଣ ବାହାରିଥିବା କାର୍ଯ୍ୟରେ ସଫଳ ହୋଇଥାନ୍ତି ।

ତୃତୀୟରେ ଯଦି ଆପଣ ଦହି ଓ ମାଛ ଏକସଙ୍ଗେ ଦେଖୁଛନ୍ତି ତେବେ ଏହା ଶୁଭ ଅଟେ । ଏହାସହ ସକାଳୁ କୌଣସି ନାରୀକୁ ମନ୍ଦିର ଯିବାର ଦେଖିଥାନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ ।

ଚତୁର୍ଥରେ ଯଦି ଆପଣଙ୍କ ଘରେ କଳା ପିମ୍ପୁଡ଼ିର ଦଳ ଦେଖିବାକୁ ମିଳିଥାଏ ତେବେ ଏହା ଶୁଭ ସଙ୍କେତ ଅଟେ । ଘରେ ଖୁସୀର ଲହରି ଖେଳିଯାଇଥାଏ ।

Get real time updates directly on you device, subscribe now.