fbpx

ଆକାଶରୁ ହେଲା ମୂଲ୍ୟବାନ୍ ପଥରର ବର୍ଷା, ବିକ୍ରିି କରି ଲକ୍ଷପତି ହେଲେ ଗାଁଲୋକ

ଦୁନିଆରେ ଏପରି କିଛି ଖବର ସାମ୍ନାକୁ ଆସେ, ଯାହା ସମସ୍ତଙ୍କ ହୋସ୍ ଉଡାଇଦିଏ । ସେହିପରି ଏକ ଘଟଣା ବ୍ରାଜିଲର ଏକ ଗାଁରେ ଘଟିଯାଇଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଗାଁରେ ଉଲକା ପିଣ୍ଡ ଖଣ୍ଡ ଖଣ୍ଡ ହୋଇ ପଡିଛି । ଛୋଟ ଉଲକାପିଣ୍ଡର ଦାମ୍ ବି ଲକ୍ଷେ ଟଙ୍କାରୁ ଉର୍ଦ୍ଧ ହେବ । ସବୁଠାରୁ ବଡ ଉଲକା ପିଣ୍ଡର ଦାମ୍ ୧୯ ଲକ୍ଷ ବୋଲି କୁହାଯାଉଛି ।

ମିଳିଥିବା ଖବର ମୁତାବକ, ଅଗଷ୍ଟ ୧୯ ତାରିଖରେ ବ୍ରାଜିଲର ସାଣ୍ଟା ଫିଲୋମେନା ଗାଁରେ ଉଲକା ପିଣ୍ଡର ଛୋଟ ଛୋଟ ଖଣ୍ଡର ବର୍ଷା ହୋଇଥିଲା । ଲୋକାମାନେ ଏହି ବର୍ଷାକୁ ଟଙ୍କାର ବର୍ଷ ବୋଲି କହିଲେ । ବୈଜ୍ଞାନିକମାନେ ଏହାର ଯାଞ୍ଚ କରିବାରୁ ଜଣାପଡିଲା ଯେ ଏସବୁ ପଥର ଦୁର୍ଲଭ ଅଟେ । ଗାଁର ଅଧିକାଂଶ ଲୋକ ଏହାକୁ ବିକ୍ରିି କରି ଲକ୍ଷପତି ହୋଇଛନ୍ତି । ବ୍ରାଜିଲର ଏହି ଗାଁରେ ବହୁ ଗରୀବ ଥିବା ବେଳେ ସେମାନେ ଏହି ପଥର ଖଣ୍ଡ ପାଇଁ ରାତାରାତି ଧନୀ ହୋଇଛନ୍ତି ।

Get real time updates directly on you device, subscribe now.