fbpx

ସ୍ୱପ୍ନରେ ଦେଖୁଛନ୍ତି କି ଶବଯାତ୍ରା, ଜାଣନ୍ତୁ ଏହା ଶୁଭ କି ଅଶୁଭ

ଓଡ଼ିଶା ଭାସ୍କର: ଜ୍ୟୋତିଷ ବିଦ୍ୟାର ଏକ ଶାଖା ସ୍ୱପ୍ନ ସହ ବି ଜଡିତ । ରାତିରେ ନିଦରେ ଦେଖୁଥିବା ସ୍ୱପ୍ନ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଶୁଭ ଅଶୁଭ ସଂକେତ ଦେଇଥାଏ । ଏହି ସ୍ୱପ୍ନ କହିଥାଏ କି ଆଗାମୀ ସମୟ ଆପଣଙ୍କ ଲାଗି କିପରି ରହିବ । ସ୍ୱପ୍ନ ଶାସ୍ତ୍ରରେ ବିଭିନ୍ନ ସ୍ୱପ୍ନର ଅର୍ଥ ବିଷୟରେ କୁହାଯାଇଛି । ଆଜି ଆମେ କିଛି ଏପରି ସ୍ୱପ୍ନ ବିଷୟରେ ଜାଣିବା ଯାହା ଜୀବନ ଉପରେ ବଡ ପ୍ରଭାବ ପକାଇପାରେ । ଯେପରିକି ସ୍ୱପ୍ନରେ ଶବଯାତ୍ରା ଦେଖିବା କିମ୍ବା ଚିତା ଜଳୁଥିବାର ଦେଖିବା ଅର୍ଥ କ’ଣ ହୋଇଥାଏ ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଶବ ଯାତ୍ରା ଦେଖିବା ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କୁ ଆପଣ ମୃତ ବୋଲି ଦେଖିଛନ୍ତି ସେହି ବ୍ୟକ୍ତିଙ୍କ ଆୟୁ ବଢିଥାଏ । ଏହାସହିତ ଧନଲାଭ ହେବାର ଯୋଗ ସୃଷ୍ଟି ହୋଇଥାଏ । ଅଚାନକ କୌଣସି ଖୁସି ଖବର କିମ୍ବା ଉପଲବ୍ଧି ମିଳିପାରେ ।

ସେହିପରି ଯଦି ସ୍ୱପ୍ନରେ ଆପଣ ନିଜକୁ ମୃତ ବୋଲି ଦେଖନ୍ତି ତେବେ ଏହା ଏକ ଶୁଭ ସଂକେତ । ଏପରି ସ୍ୱପ୍ନର ଅର୍ଥ ଆପଣଙ୍କ ସମସ୍ୟା ଖୁବ୍ ଶୀଘ୍ର ଶେଷ ହୋଇଯିବ । ଏହାସହିତ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ ।
ଯଦି ସ୍ୱପ୍ନରେ ଆପଣ କୌଣସି ଏପରି ବ୍ୟକ୍ତିଙ୍କୁ ଦେଖୁଛନ୍ତି ଯାହାଙ୍କର ମୃତ୍ୟୁ ହୋଇସାରିଛି ତେବେ ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଚାକିରି କିମ୍ବା ବ୍ୟବସାୟରେ ସଫଳତା ମିଳିବ ।

Get real time updates directly on you device, subscribe now.