fbpx

ଜେଇଇ ଆଡଭାନ୍ସଡ ୨୦୨୪ ରେଜିଷ୍ଟ୍ରେସନ ତାରିଖ ସ୍ଥଗିତ: ନୂଆ ତାରିଖ ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ତରଫରୁ ଜେଇଇ ଆଡଭାନ୍ସଡ ୨୦୨୪ ରେଜିଷ୍ଟ୍ରେସନ ତାରିଖ ସ୍ଥଗିତ ରଖାଯାଇଛି । ଆଇଆଇଟି-ଜେଇଇ ପାଇଁ ରେଜିଷ୍ଟ୍ରେସନ ପ୍ରୋସେସ ଏପ୍ରିଲ ୨୧ରୁ ଆରମ୍ଭ ହେବା ନେଇ ପୂର୍ବରୁ ଶିଡ୍ୟୁଲ ହୋଇଥିବା ବେଳେ ଏବେ ତାହାକୁ ସ୍ଥଗିତ ରଖାଯାଇଛି । ଏହି ପ୍ରକ୍ରିୟା ଏପ୍ରିଲ ୨୭ରୁ ଆରମ୍ଭ ହେବ । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଜେଇଇ ଆଡଭାନ୍ସଡ ୱେବସାଇଟ https://jeeadv.ac.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ସୂଚନାଯୋଗ୍ୟ ଯେ, ଯେଉଁ ଛାତ୍ରଛାତ୍ରୀଙ୍କର ରାଙ୍କ ଜେଇଇ ମେନ ୨୦୨୪ରେ ଟପ ୨,୫୦,୦୦ରେ ଆସିଥିବ କେବଳ ସେମାନେ ହିଁ ଆଇଆଇଟି ଜେଇଇ ଆଡଭାନ୍ସ ପାଇଁ ଆବେଦନ କରିପାରିବେ । ଜେଇଇ ଆଡଭାନ୍ସର ସ୍କୋର ଆଧାରରେ ଦେଶରେ ଆଇଆଇଟି ଶିକ୍ଷାନୁଷ୍ଠାନମାନଙ୍କରେ ଆଡମିଶନ ମିଳିଥାଏ । ଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ଫର୍ମରେ ନିଜର ପର୍ସନାଲ ଓ ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଭରିବାକୁ ପଡ଼ିଥାଏ । ୧୦ମ, ଦ୍ୱାଦଶ ପରୀକ୍ଷାର ମାର୍କ, ବର୍ଗ ପ୍ରମାଣପତ୍ର, ପିଡବ୍ଲ୍ୟୁଡି ପ୍ରମାଣପତ୍ର ଆଦିରେ ସାଇନ କରି ସ୍କାନିଂ ଡକ୍ୟୁମେଣ୍ଟକୁ ଅପଲୋଡ୍ କରିବାକୁ ପଡ଼ିବ ।

Get real time updates directly on you device, subscribe now.