fbpx

ଚୈତ୍ର ପୂର୍ଣ୍ଣିମାରେ କରନ୍ତୁ ନାହିଁ ଏହି କାମ, କ୍ରୋଧିତ ହୋଇଥାନ୍ତି ଭଗବାନ ବିଷ୍ଣୁ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ଚୈତ୍ର ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି । ଏହି ଦିନକୁ ଶୁଭ ବୋଲି ବିବେଚିତ କରାଯାଇଛି । ଏହି ଦିନ ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ର ଦେବତାଙ୍କୁ ସମର୍ପିତ । ତେଣୁ ପବିତ୍ର ମନରେ ବିଧି ଅନୁଯାୟୀ ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଚଳିତ ବର୍ଷ ଏପ୍ରିଲ ୨୩ରେ ଚୈତ୍ର ପୂର୍ଣ୍ଣିମା ପଡ଼ୁଛି । ଏପ୍ରିଲ ୨୩ ସକାଳ ୩ଟା ୨୫ ମିନିଟରୁ ଆରମ୍ଭ ହୋଇ ଏପ୍ରିଲ ୨୪ ସକାଳ ୫ଟା ୧୮ ମିନିଟରେ ଚୈତ୍ର ପୂର୍ଣ୍ଣିମାର ତିଥି ଶେଷ ହେବ । ଏହି ଦିନ ଚନ୍ଦ୍ର ଦେବତାଙ୍କୁ ଅର୍ଘ୍ୟ ଦିଆଯିବା ସହ ବିଶେଷ ପୂଜାର୍ଚ୍ଚନା କରାଯାଏ । ଏହି ଦିନ ପବିତ୍ର ପୁଷ୍କରିଣୀରେ ସ୍ନାନ, ଦାନ ଆଦିର ବିଶେଷ ମହତ୍ୱ ରହିଛି । ତେବେ ଏମିତି କିଛି କାର୍ଯ୍ୟ ରହିଛି ଯାହା ଏହି ପବିତ୍ର ଦିନରେ ଭୁଲରେ ବି କରିବା ଉଚିତ ନୁହେଁ । ଏହା ଦ୍ୱାରା ଭଗବାନ ବିଷ୍ଣୁ କ୍ରୋଧିତ ହୋଇଥାନ୍ତି ଏବଂ ପୂଜାର୍ଚ୍ଚନାର ପୁଣ୍ୟ ଫଳ ପ୍ରାପ୍ତି ହୋଇନଥାଏ । ଆସନ୍ତୁ ଜାଣିବା ଜ୍ୟୋତିଷ ଆନୁଯାୟୀ ଚୈତ୍ର ପୂର୍ଣ୍ଣିମା ଦିନ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାମ ବର୍ଜନୀୟ ।

ଚୈତ୍ର ପୂର୍ଣ୍ଣିମା ଦିନ ଏହି କାର୍ଯ୍ୟ କରିବା ଶୁଭ ହୋଇଥାଏ

୧. ସକାଳୁ ପବିତ୍ର ନଦୀରେ ସ୍ନାନାଦୀ କାର୍ଯ୍ୟ ଶେଷ କରି ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତୁ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରିବା ମଧ୍ୟ ଶୁଭ ଫଳ ଦେଇଥାଏ ।

୨. ଏହି ଦିନ ବ୍ରହ୍ମଚାର୍ଯ୍ୟ ନିୟମ ପାଳନ କରିବା ଉଚିତ ।

୩. ସନ୍ଧ୍ୟା ପରେ ଚନ୍ଦ୍ର ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏହା ସହ ଚନ୍ଦ୍ର ମନ୍ତ୍ର ଜାପ କରିବା ଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇଥାଏ । ଏହା ବ୍ୟତୀତ ଖିରି ତିଆରି କରି ଚନ୍ଦ୍ର ଆଲୋକରେ ରଖି ସେବନ କରିବା ଉଚିତ ।

ଚୈତ୍ର ପୂର୍ଣ୍ଣିମା ଦିନ ଏହି କାର୍ଯ୍ୟ କରିବା ନିଷେଧ ଅଟେ

୧. ଚୈତ୍ର ପୂର୍ଣ୍ଣିମା ଦିନ ଭୁଲରେ ବି ତାମସିକ ଭୋଜନ ସେବନ କରନ୍ତୁ ନାହିଁ ।

୨. ମଦ ଏବଂ ନିଶା ସେବନ ଠାରୁ ଦୂରେଇ ରୁହନ୍ତୁ ।

୩. କେଶ ଏବଂ ନଖ କାଟନ୍ତୁ ନାହିଁ ।

୪. ପାର୍ଟନରଙ୍କ ସହ କଳି ଝଗଡ଼ା, ହିଂସା କରିବା ଠାରୁ ଦୂରେଇ ରୁହନ୍ତୁ ।

୫. ଗୁରୁଜନଙ୍କ ଅପମାନ କରନ୍ତୁ ନାହିଁ ।

Get real time updates directly on you device, subscribe now.