fbpx

ଖାଇବା ହଜମ ହେଉନି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ,ସବୁବେଳେ ପାଚନ ତନ୍ତ୍ରକୁ ଠିକ୍ ରଖିବା ଆବଶ୍ୟକ । କିନ୍ତୁ ଆଜିକାଲି ପାଚନ ଜନିତ ବିଭିନ୍ନ ସମସ୍ୟା ଅନେକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ତେବେ ପାଚନ ତନ୍ତ୍ରକୁ ଠିକ୍ ରଖିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ଆସନ୍ତୁ ଜାଣିବା ।

– ପାଚନକୁ ଠିକ୍ ରଖିବା ପାଇଁ ସବୁବେଳେ ଗରମ ଏବଂ ସତେଜ ଭୋଜନ କରିବା ଆବଶ୍ୟକ । ଫ୍ରିଜରେ ରଖା ଯାଇଥିବା ଖାଦ୍ୟଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବା ଉଚିତ୍ ।

– ସ୍ୱାସ୍ଥ୍ୟ ବିଶେଷଗ୍ୟଙ୍କ ମତରେ, ଭୋକ ଲାଗୁନଥିଲେ ଜୋର ଜବରଦସ୍ତ ଖାଦ୍ୟଖାଇବା ଅନୁଚିତ୍ ଏବଂ ଭୋକ ଲାଗିଲା କ୍ଷଣି ତୁରନ୍ତ ଖାଇବା ଉଚିତ୍। ଏହାସହ ପ୍ରତିଦିନ ସମାନ ସମୟରେ ଖାଦ୍ୟ ଖାଇବା ଆବଶ୍ୟକ । ଖାଦ୍ୟରେ ସମସ୍ତ ପ୍ରକାରର ସବୁଜ ପନିପରିବା ସାମିଲ କରନ୍ତୁ,ଏହା ଲାଭଦାୟକ ହେବ ।

– ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି,ଖାଦ୍ୟ ଖାଇବା ସମୟରେ ସବୁବେଳେ ଚୋବେଇ ଖାଇବା ଉଚିତ୍ । ତରତର ହୋଇ ଖାଆନ୍ତୁ ନାହିଁ ।

– ପ୍ରତିଦିନ ପ୍ରଚୁର ପାଣି ପିଇବା ସହ ଏହି ଦିଗ ଗୁଡ଼ିକ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ।

Get real time updates directly on you device, subscribe now.