fbpx
BSKY SKY
BSKY SKY

କନମ୍ୟାନ ସୁକେଶଙ୍କୁ ଡେଟ୍ କରୁଥିଲେ କି ଜ୍ୟାକଲିନ୍: ଅନ୍ତରଙ୍ଗ ଫଟୋକୁ ନେଇ ଚର୍ଚ୍ଚା

BSKY

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଚର୍ଚ୍ଚା । ୨୦୦ କୋଟିର ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଓ ଜ୍ୟାକଲିନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ବଢିଛି । ଏହି ଫଟୋଟି ଏପ୍ରିଲ-ଜୁନ ୨୦୨୧ରେ ଉଠାଯାଇଥିବା କୁହାଯାଉଛି । କନମ୍ୟାନ ସୁକେଶ ଏହି ସମୟରେ ଅନ୍ତରୀଣ ଜାମିନରେ ବାହାରେ ଥିଲା । ଉଭୟ ପରସ୍ପରକୁ ୪ଥର ଚେନ୍ନାଇରେ ଭେଟିଥିବା ଇଡି ପକ୍ଷରୁ ଅଭିଯୋଗ ମଧ୍ୟ କରାଯାଇଛି ।
୨୦୦ କୋଟି ଠକେଇର ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କ ପାଇଁ ପ୍ରାଇଭେଟ ଜେଟ ବ୍ୟବସ୍ଥା କରିଥିବା ମଧ୍ୟ କୁହାଯାଉଛି । ଏହି ଫଟୋରେ ସୁକେଶ ଜ୍ୟାକଲିନଙ୍କୁ କିସ କରୁଥିବା ଦେଖିବାକୁ ମିଳିଛି । ଉଭୟ ଏକ ଦର୍ପଣ ସାମ୍ନାରେ ରହିଥିବା ବେଳେ ସୁକେଶ ନିଜ ଆଇଫୋନ୧୨ରେ ଫଟୋ ଉଠାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ସୁକେଶଙ୍କ ଓକିଲ ପୂର୍ବରୁ ଖୁଲାସା କରିଥିଲେ ।

Get real time updates directly on you device, subscribe now.