fbpx

ସରିଛି କି ବିବାହ ? ତେବେ ସରକାର ଆପଣଙ୍କୁ ଦେବେ ୭୨୦୦୦ ଟଙ୍କା, କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: ଯଦି ଆପତ୍ର ବାହାଘର ସରିଛି, ତେବେ ଏହି ଖବରଟି ଆପଣଙ୍କୁ ଫାଇଦା ଦେବ । କାରଣ ଯେଉଁମାନେ ବର ହୋଇସାରିଛନ୍ତି, ସେମାନଙ୍କୁ ମୋଦୀ ସରକାର ବଡ଼ ଉପହାର ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିବାହିତ ଦମ୍ପତିଙ୍କୁ ୭୨,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଅବଶ୍ୟ ଏଥିୀପାଇଁ ସମସ୍ତ ବିବାହିତ ଦମ୍ପତିଙ୍କୁ ମାସକୁ ୨୦୦ ଟଙ୍କା ଜମା କରିବାକୁ ପଡ଼ିବ । ତେବେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ସରକାର ଜାତୀୟ ପେନସନ୍ ଯୋଜନା ଅଧୀନରେ ଏହି ଯୋଜନା ଆରମ୍ଭ କରିଥିଲେ ।

ଏହି ଯୋଜନାରେ ପଞ୍ଜୀକରଣ କରିବା ପାଇଁ ଆପଣଙ୍କ ପାଖରେ କୌଣସି ଏକ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଜନ ଧନ ଆକାଉଣ୍ଟ ଏବଂ ଆଧାର କାର୍ଡ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ପଞ୍ଜୀକରଣ ପ୍ରକ୍ରିୟା ମାତ୍ର କିଛି ମିନିଟରେ ସମାପ୍ତ ହୋଇଯିବ । ଏହି ଯୋଜନା ଅନୁସାରେ, ଯଦି ଜଣେ ବ୍ୟକ୍ତିଙ୍କ ବୟସ ୩୦ ବର୍ଷ, ତେବେ ତାଙ୍କୁ ଏହି ଯୋଜନାରେ ମାସକୁ ୧୦୦ ଟଙ୍କା ନିବେଶ କରିବାକୁ ପଡିବ । ଅର୍ଥାତ୍ ଗୋଟିଏ ବର୍ଷରେ ୧୨୦୦ ଟଙ୍କା ଜମା କରିବାକୁ ପଡିବ । ଏହିପରି ୬୦ ବର୍ଷ ବୟସ ପର୍ଯ୍ୟନ୍ତ, ଆପଣଙ୍କର ମୋଟ ୩୬ ହଜାର ଟଙ୍କା ସରକାରଙ୍କ ନିକଟରେ ଜମା ହେବ । ଏହି ଆଧାରରେ ଆପଣ ପ୍ରତି ମାସରେ ୩୦୦୦ ହଜାର ଟଙ୍କା ପେନସନ୍ ପାଇବେ ।

ଯଦି ଆପଣଙ୍କର ମୃତ୍ୟୁ ଘଟେ, ତେବେ ନୋମିନି ସ୍ୱାମୀ ବା ସ୍ତ୍ରୀଙ୍କୁ ପ୍ରତି ମାସରେ ଏହି ପେନସନର ଅଧା ୧୫୦୦ ଟଙ୍କା ମିଳିବ । ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ଏହାର ଏକ ଅଂଶ ହୁଅନ୍ତି, ତେବେ ଉଭୟ ଏହି ଉପାୟରେ ମାସକୁ ମୋଟ ୬୦୦୦ ଟଙ୍କା ପେନସନ୍ ପାଇବେ । ଏହାର ଅର୍ଥ ଆପଣ ନିଜ ପତ୍ନୀଙ୍କ ସହିତ ବାର୍ଷିକ ୭୨୦୦୦ ଟଙ୍କା ପାଇବାକୁ ହକଦାର ହେବେ ।

ଆପଣ ନିଜ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଏକ ଅଂଶ ହୋଇପାରିବେ । ଯଦି ଆପଣ ଏହି ଯୋଜନାରେ ନିବେଶ କରିବାକୁ ଇଚ୍ଛୁକ, ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନାର ଲାଭ ଉଠାଇବାକୁ ଆପଣଙ୍କର ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଉଚିତ୍ ।

Get real time updates directly on you device, subscribe now.