fbpx
BJD SKY
BJD SKY

‘ମୁଡ୍ ଭଲ ନାହିଁ ତ ଅଫିସ୍ ଆସନି’, କମ୍ପାନୀ କର୍ମଚାରୀଙ୍କୁ ଦେଉଛି ‘Unhappy leave’

BJD

ନୂଆଦିଲ୍ଲୀ: ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଯେତେ ବି ସମସ୍ୟା ଥାଉ ନା କାହିଁକି ଅଫିସ୍‌ରେ ପହଞ୍ଚିବା ପରେ ସେସବୁକୁ ଭୁଲି ନିଜ କାମରେ ଫୋକସ୍ କରିବାକୁ ହୋଇଥାଏ । ଅଫିସ୍‌ରେ ଆପଣଙ୍କ କାମ ଉପରେ ଯେପରି ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର କୌଣସି ପ୍ରଭାବ ନ ପଡେ ଏହା ଆପଣଙ୍କ ବସ୍ ଆପଣଙ୍କ ଠାରୁ ଆଶା କରିଥାନ୍ତି । ଏପରି ସ୍ଥିତିରେ ଚୀନ୍‌ର ଏକ କମ୍ପାନୀର ମାଲିକଙ୍କ ବୟାନ କିନ୍ତୁ ବହୁତ ଖାସ୍ ଓ ଉପରୋକ୍ତ ଚିନ୍ତାଧାରା ଠାରୁ ପୁରା ଅଲଗା ।

ଚୀନ୍‌ରେ ଏକ ରିଟେଲ୍ ଟାଇକୁନ୍ କର୍ମଚାରୀଙ୍କୁ ହାପି ୱାର୍କ ଲାଇଫ୍ ଏକ୍ସପେରିଏନ୍ସ ଅନୁଭବ କରାଇବାକୁ ନିଜ କମ୍ପାନୀରେ Unhappy leave ର ଆରମ୍ଭ କରିଛନ୍ତି । ମଧ୍ୟ ଚୀନ୍‌ର ହେନାନ ପ୍ରାନ୍ତରେ ଥିବା ଏକ ରିଟେଲ୍ ଚେନ୍ ପେଙ୍ଗ ଡୋଙ୍ଗ ଲାଇର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ୟୁ ଡୋଙ୍ଗଲାଇ ଘୋଷଣା କରିଛନ୍ତି କି କର୍ମଚାରୀଙ୍କ ମୁଡ୍ ଠିକ୍ ନ ଥିଲେ ସେମାନେ ୧୦ ଦିନ ଛୁଟୀ ନେଇପାରିବେ । ମାର୍ଚ୍ଚ ଶେଷ ଭାଗରେ ‘ଚାଇନା ସୁପରମାର୍କେଟ୍ ଉଇକ୍‌’ର ଆୟୋଜନ ସମୟରେ ୟୁ ଏପରି କହିଛନ୍ତି ।
ୟୁ ଡୋଙ୍ଗଲାଇ କହିଛନ୍ତି ମୁଁ ଚାହୁଁଛି କି ସବୁ କର୍ମଚାରୀଙ୍କୁ ସ୍ୱାଧୀନତା ମିଳୁ । ସମସ୍ତଙ୍କ ଏପରି ସମୟ ଆସିଥାଏ ଯେତେବେଳେ କି କୌଣସି ନା କୌଣସି କାରଣରୁ ସେମାନଙ୍କ ମୁଡ୍ ଖରାପ ହୋଇଯାଏ । ତେଣୁ ଯେତେବେଳେ ଆପଣ ଖୁସି ନାହାନ୍ତି ସେତେବେଳେ ଆପଣ କାମକୁ ଆସନ୍ତୁ ନାହିଁ ବୋଲି ସେ ନିଜ କର୍ମଚାରୀଙ୍କୁ କହିଛନ୍ତି । ୟୁ କହିଛନ୍ତି କର୍ମଚାରୀ ନିଜ ଆରାମର ସମୟ ନିଜେ ଧାର୍ଯ୍ୟ କରନ୍ତୁ । କାମ ବାହାରେ ସମସ୍ତଙ୍କୁ ପର୍ଯ୍ୟାପ୍ତ ଆରାମ ମିଳିବା ଉଚିତ ବୋଲି ସେ କହିଛନ୍ତି । ମ୍ୟାନେଜମେଣ୍ଟ କର୍ମଚାରୀଙ୍କ ଏପରି ଛୁଟିକୁ ମନା କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

ତେବେ ଏହି Unhappy leave ଆଇଡିଆକୁ ମେନ୍ ଲ୍ୟାଣ୍ଡ ସୋସିଆଲ ମିଡିଆରେ ଖୁବ୍ ସମର୍ଥନ ମିଳିଛି । ଜଣେ ୟୁଜର କହିଛନ୍ତି ଏତେ ଭଲ ବସ୍ ଓ ଏହି କମ୍ପାନୀର ୱାର୍କ କଲଚରକୁ ସାରା ଦେଶରେ ପ୍ରସାରିତ କରାଯିବା ଉଚିତ ।୨୦୨୧ ସର୍ଭେ ଅନୁସାରେ ଚୀନ୍‌ରେ ୬୫%ରୁ ଅଧିକ କର୍ମଚାରୀ କାମରେ କ୍ଲାନ୍ତ ଅନୁଭବ କରୁଛନ୍ତି ଓ ନିଜକୁ ଦୁଃଖୀ ଅନୁଭବ କରୁଛନ୍ତି ।

Get real time updates directly on you device, subscribe now.