fbpx

ଏସଏସବି ଜାରି କଲା Addendum: PGT ବିଷୟ ଓ ବର୍ଗ ଅନୁଯାୟୀ ପଦ ସଂଖ୍ୟାକୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାର୍ଚ୍ଚ ମାସରେ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୧୦୬୧ଟି ପିଜିଟି ଶିକ୍ଷକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାର୍ଚ୍ଚ ୧୮ରୁ ଅନଲାଇନ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୮ରେ ତାହା ସରିବ । ଅଣସରକାରୀ ସହାୟତାପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ (୪୮୮ ବର୍ଗରେ) ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଏହିସବୁ ପଦ ପୂରଣ ହେବ ।

ତେବେ ଏହା ମଧ୍ୟରେ ଏସଏସବି ପକ୍ଷରୁ ଉକ୍ତ ବିଜ୍ଞାପନର ଏକ ‘ଆଡେଣ୍ଡମ୍’ ଜାରି କରାଯାଇଛି । ପିଜିଟି ବିଷୟ ଓ ବର୍ଗ ଅନୁଯାୟୀ ପଦ ସଂଖ୍ୟାର ବିସ୍ତୃତ ବିବରଣୀ ଜାରି କରାଯାଇଛି । ବଟାନିରେ ୨୯ଟି, କେମିଷ୍ଟ୍ରିରେ ୩୫ଟି, ବାଣିଜ୍ୟରେ ୨୧ଟି, ଅର୍ଥନୀତିରେ ୧୪୧ଟି, ଏଜୁକେସନରେ ୫୦ଟି, ଇଂରାଜୀରେ ୧୪୮ଟି, ଭୂଗୋଳରେ ୫ଟି, ଇତିହାସରେ ୧୪୬ଟି, ଗଣିତରେ ୩୯ଟି, ଓଡ଼ିଆରେ ୧୩୦ଟି ପଦ ଖାଲି ରହିଛି । ଏହି ସମସ୍ତ ପଦ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ଓ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।

ବିଜ୍ଞପ୍ତି ଲିଙ୍କ: https://ssbodisha.ac.in/wp-content/uploads/2024/04/36.pdf

Get real time updates directly on you device, subscribe now.