fbpx

(Video) ଏହି ବ୍ୟକ୍ତିଙ୍କ କଣ୍ଠ ସ୍ୱର ଶୁଣି ଦିୱାନା ହେଲେ ଲୋକେ, ଅରିଜିତ ସିଂହଙ୍କ ସହ କଲେ ତୁଳନା

ନୂଆଦିଲ୍ଲୀ: ଫେମସ ସିଙ୍ଗର ଅରିଜିତ ସିଂହଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ଲୋକେ ତାଙ୍କ ଗୀତକୁ ଖୁବ ପସନ୍ଦ ମଧ୍ୟ କରିଥାଆନ୍ତି । ହେଲେ ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଟ୍ୟାଲେଣ୍ଟକୁ ଲୁଚାଇ ରଖନ୍ତି । ହେଲେ ଏମାନଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କର ଏକ ନୂଆ ପରିଚୟ ମିଳିଥାଏ । କିଛି ଦିନ ହେବ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଅରିଜିତ ସିଂହଙ୍କ ଗୀତକୁ ନିଜ ସ୍ୱରରେ ବୋଲିଛନ୍ତି । ଏହି ଯୁବକଙ୍କ ଗୀତ ଶୁଣି ଲୋକେ ଅନେକ ପ୍ରଶଂସା କରିଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଛି ଯେ, ବ୍ୟକ୍ତି ଜଣକ ଅରିଜିତ ସିଂହଙ୍କ ‘ଦିଲ ସମ୍ଭଲ୍ ଜା ଜରା’କୁ ନିଜ ସ୍ୱରରେ ଗାଇଛନ୍ତି । ତେବେ ଏହି ଭିଡିଓକୁ .. ଙ୍କ ଆଇଡିରେ ଏକ୍ସରେ ପୋଷ୍ଟ କରାଯାଇଛି । ଏହି ପୋଷ୍ଟକୁ ସେୟାର କରି ୟୁଜର ଲେଖିଛନ୍ତି, ଏହି ବ୍ୟକ୍ତିଙ୍କ ଗୀତ ଶୁଣି ଆପଣ ୧୦ରୁ କେତେ ନମ୍ବର ଦେବେ? ତେବେ କେହି କେହି ୮ ତ କିଏ ପୁଣି ୯, ୧୦ ଏପରି ନମ୍ବର ଦେଇଛନ୍ତି । ବର୍ତ୍ତମାନ ଏହି ଭିଡିଓକୁ ୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଲୋକେ କମେଣ୍ଟ କରି ଏହି ଯୁବକଙ୍କର ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.