fbpx

ରାତି ଅଧରେ ବାରମ୍ବାର ଭାଙ୍ଗୁଛି କି ନିଦ? ତେବେ ଶୋଇବା ପୂର୍ବରୁ ଆଦୌ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ

ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଶରୀର ଉପରେ ଭଲ ନିଦ୍ରାର ପ୍ରଭାବ ସିଧାସଳଖ ପଡ଼ିଥାଏ । ଯଦି ଆମେ ଭଲ ଭାବରେ ରାତିରେ ଶୋଇଥାଉ ତାହେଲେ ମନ-ମସ୍ତିସ୍କ ଖୁବ୍ ଭଲ ରହିଥାଉ । ଆଦି ଯଦି ଠିକ୍ ଭାବରେ ରାତିରେ ଶୋଇନଥାଉ ତାହେଲେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦିଏ । କେବେ କେବେ ଏପରି ବି ହୁଏ ରାତିରେ ବାରମ୍ବାର ଆମ ନିଦ ଭାଙ୍ଗିଯାଏ । ଫଳରେ ଠିକ୍ ଭାବରେ ଶୋଇପାରିନଥାଉ । ଏହାର ପ୍ରଭାବ ଆମର ଦୈନାନ୍ଦିନ ଜୀବନରେ କରୁଥିବା କାର୍ଯ୍ୟକଳାପକୁ ପ୍ରଭାବିତ କରେ ।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଶରୀରରେ ଥକ୍କାପଣ, କମ୍ ବା ଖରାପ ନିଦ୍ରା, ଏପରି ଅନେକ ସମସ୍ୟା ଆମେ ଖାଦ୍ୟପେୟ କାରଣରୁ ଉପୁଜିଥାଏ । ଶୋଇବା ପୂର୍ବରୁ ଆପଣ ମାନେ କଣ ଖାଦ୍ୟ ଗ୍ରହଣ କରୁଛନ୍ତି ତାର ପ୍ରଭାବ ନିଦ ଉପରେ ପଡ଼େ । ଆଉ ବାରମ୍ବାର ରାତିରେ ନିଦ ଭାଙ୍ଗିଯାଏ । ତେଣୁ ଆପଣ ନିହାତି ଜାଣିବା ଆବଶ୍ୟକ ଯେ, ଖାଇବା ପୂର୍ବରୁ କଣ ଖାଇବା ଉଚିତ୍ ଓ କଣ ନୁହେଁ । ତେବେ ଚାଲନ୍ତୁ ଏହି ସମ୍ପର୍କରେ ।

ଶୋଇବାର କିଛି ଘଣ୍ଟା ପୂର୍ବରୁ ଆଦୌ ପିଅନ୍ତୁ ନାହିଁ କଫି, ଚା’ କିମ୍ବା ଅନ୍ୟାନ୍ୟ ଜିନିଷ । କାରଣ ଏସବୁର ପ୍ରଭାବ ଆମ ନିଦ ଉପରେ ପଡ଼ିଥାଏ । ଯେତେବେଳେ ଆମ କଫି କିମ୍ବା ଚାଆ ପିଇଥାଉ ଆମ ମସ୍ତିସ୍କ ସେ ସମୟରେ ଆକ୍ଟିଭ୍ ହେବାକୁ ଲାଗେ ଫଳରେ ଶୋଇବା ସମୟରେ ନିଦ ବିଳମ୍ବରେ ଆସିଥାଏ । ସେହିପରି ଶୋଇବା ପୁର୍ବରୁ ଅଧିକ କାର୍ବୋହାଇଡ୍ରେଟ୍ ଥିବା ଖାଦ୍ୟପଦାର୍ଥ ଖାଆନ୍ତୁ ନାହିଁ । ଯେପରିକି, ଭାତ, ପାସ୍ତା, ଚିପ୍ସ, କଦଳୀ, ସେଓ, ଆଳୁ କିମ୍ବା ଶସ୍ୟଜାତୀୟ ଜିନିଷ ଖାଆନ୍ତୁ ନାହିଁ । କାରଣ ଏସବୁ ନିଦକୁ ପ୍ରଭାବିତ କରେ ।

ଏହା ବ୍ୟତୀତ ପ୍ରୋଟିନ୍ ଜାତୀୟ ଖାଦ୍ୟ ପଦାର୍ଥ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ରାତିରେ ଅନେକ ଲୋକ ଚିକେନ୍, ଅଣ୍ଡା, ମାଛ ଇତ୍ୟାଦି ଖାଇଥାନ୍ତି । ଯାହାଫଳରେ ରାତି ଅଧାରେ ବାରମ୍ବାର ନିଦ ଭାଙ୍ଗେ । ଶୋଇବା ପୂର୍ବରୁ ଏସବୁ ଖାଇଲେ ଏହା ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ । ଖାଲି ସେତିକି ନୁହେଁ ଚକଲେଟ୍ ମଧ୍ୟ ଖାଆନ୍ତୁ ନାହିଁ ।

Get real time updates directly on you device, subscribe now.