fbpx

ଆକାଉଣ୍ଟକୁ ୨ ହଜାର ଟଙ୍କା ନଆସିଥିଲେ କଣ କରିବେ? ଜାଣନ୍ତୁ ପ୍ରୋସେସ୍

କରୋନା ସଙ୍କଟ ସମୟରେ ଗରିବ ଲୋକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତ ପାଇଁ ମୋଦୀ ସରକାର ବିଭିନ୍ନ ପ୍ରକାରର ଯୋଜନାମାନ କରିଛନ୍ତି । ପିଏମ କିଷାନ ଯୋଜନା ଅଧିନରେ ଥିବା ହିତାଧିକାରୀମାନଙ୍କୁ ସହାୟତା ପାଇଁ ମାସିକ ତାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଉଛନ୍ତି ସରକାର । ଏହି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଛି । କିନ୍ତୁ ଯଦି ଆପଣ ହିତାଧିକାରୀ ହୋଇ ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଯାଉନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । ଏଥିପାଇଁ ଆପଣ ଜିଲ୍ଲା କୃଷି ଅଧିକାରୀ ଓ ବ୍ୟାଙ୍କ ଅଧିକାରୀଙ୍କୁ ଜଣାନ୍ତୁ ଅଥବା ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଯାଞ୍ଚ କରନ୍ତୁ । ଏହା ପରେ ବି ଯଦି କିଛି ଲାଭ ନହୁଏ ତେବେ ଆପଣ କେନ୍ଦ୍ର କୃଷି ବିଭାଗକୁ ଡାକି ଅଭିଯୋଗ କରିପାରିବେ ।

ତେବେ ପିଏମ କିଷାନର ହିତାଧିକାରୀଙ୍କ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ୧୫୫୨୬୧ ଓ ଟୋଲ୍ ଫ୍ରି ନମ୍ବର ୧୮୦୦୧୧୫୫୨୬ ଜାରି କରାଯାଇଛି । ଏହା ସହୀତ ଆପଣ ୦୧୧-୨୩୩୮୧୦୯୧ ନମ୍ବରକୁ କଲ କରି ମନ୍ତ୍ରାଳୟର ଅଧିକାରୀଙ୍କୁ ଅଭିଯୋଗ କରିପାରିବେ । ଯଦି ଆପଣ ତାଲିକାରେ ନିଜ ନାମ ଯାଞ୍ଚ କରିବାକୁ ଚାହୁଁଛ, ତେବେ pmkisan.gov.in ୱେବସାଇଟ୍ ଫଲୋ କରିପାରିବେ ।

Get real time updates directly on you device, subscribe now.