fbpx

ବିନା ମେକଅପରେ ଦେଖାଯାଆନ୍ତୁ ସୁନ୍ଦର, ଆପଣାନ୍ତୁ ଏହି ଟିପ୍ସ

ଆଜିକାଲିକା ଜୀବନ ଶୈଳୀରେ ମେକଅପ୍ ଲଗେଇବା ନିହାତି ଜରୁରି ହୋଇଗଲାଣି । କିନ୍ତୁ ସବୁବେଳେ ମେକଅପ ବ୍ୟବହାର କରିବା ଦ୍ୱାରା ତ୍ୱଚାର ଚମକ ନରହିବା ସହିତ କୋମଳ ମଧ୍ୟ ରହିନଥାଏ । ଆଜି ଆମେ ଆଲୋଚନା କରିବା ବିନା ମେକଅପ୍ ରେ କେମିତି ସୁନ୍ଦର ଦେଖାଯିବେ ।
. ପ୍ରତ୍ୟେକ ଦିନ ଶୋଇବା ପୁର୍ବରୁ କ୍ଲିଜିଂ-ମିଲ୍କ ବ୍ୟବହାର କରି ମୁହଁକୁ ସଫା କରନ୍ତୁ । ସପ୍ତାହରେ ଥରେ ସ୍କ୍ରୋବିଂ ମଧ୍ୟ କରନ୍ତୁ । ଏହା କରିଲେ ଆପଣଙ୍କ ଚେହେରାରେ ଥିବା ଡେଡ୍-ସ୍କିନ ରହିନଥାଏ ଏବଂ ଆପଣଙ୍କୁ ଫ୍ରେସ ମଧ୍ୟ କରାଇଥାଏ ।
. ପ୍ରତ୍ୟେକ ଦିନ ୩ ରୁ ୪ ଲିଟର ପାଣି ପିଇବା ଦରକାର । ଏହା ଶରୀରରେ ଥିବା ଟୋକ୍ସିଂ ବାହାର କରିବା ସହିତ ସ୍କିନ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।
. ବୟସ ବଢ଼ିବା ସହିତ ଖରା, ଧୂଳି ଏବଂ ସମୟର ପ୍ରଭାବ ମଧ୍ୟ ପଡ଼ିଥାଏ । ଏଥିପାଇଁ ସବୁବେଳେ ସନସ୍କିନ ପାଖରେ ରଖିବା ଜରୁରୀ । ତେଜ ଖରା ଥାଉ ବା ନଥାଉ ଏସପିଏଫ୍ ସବୁ ସମୟରେ ପାଖରେ ରଖି ବ୍ୟବହାର କରିବା ଆବଶ୍ୟକ । ଯାହା ଫଳରେ ବହୁତ ସମସ୍ୟାରୁ ମୁକ୍ତି ମଧ୍ୟ ପାଇପାରିବେ ।
. ସକାଳୁ ଉଠିବା ପରେ ଚା ବଦଳରେ ଉଷୁମ ପାଣିରେ କିଛି ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା କରିଲେ ଆପଣଙ୍କ ସ୍କିନ ଭଲ ରହିଥାଏ ।

Get real time updates directly on you device, subscribe now.