fbpx

ଟିକା ନେଲେ ମିଳିବ ମଦ, ଏଭଳି କିଛି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ

ଚେନ୍ନାଇ: ଟିକାକରଣକୁ ନେଇ କଠୋର ହେଲା ତାମିଲନାଡୁ ନୀଲଗିରିସ୍ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ଏଣିକି ଟିକାର ଦୁଇଟି ଡୋଜ ନେଇଥିଲେ ହିଁ ମଦ ମିଳିବ ନଚେତ୍ ନାହିଁ । ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ଆଦେଶ ଜାରି କରାଯାଇଛି । ଜିଲ୍ଲାର ସମସ୍ତ ନାଗରିକଙ୍କୁ ଟିକାକରଣ କରାଇବା ଲକ୍ଷ୍ୟରେ ନେଇ ଏଭଳି କାର୍ୟ୍ୟ କରାଯାଉଛି ।

ତାମିଲନାଡୁରେ ଏଭଳି ପଦକ୍ଷେପ ନେଇଥିବା ନୀଳଗିରିସ୍ ହେଉଛି ପ୍ରଥମ ଜିଲ୍ଲା । ଯେଉଁମାନେ ରାଜ୍ୟ ଦ୍ୱାରା ପରିଚାଳିତ ଞଇଝଗଇଉ ଆଉଟଲେଟରେ ମଦ କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଟୀକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କହିଛନ୍ତି ଯେ, ଆମେ ଆମର ଯୋଗ୍ୟ ଜନସଂଖ୍ୟାର ପ୍ରାୟ ୯୭ ପ୍ରତିଶତ କଭର୍ କରିଛୁ । ଘରକୁ ଘର ଟିକାକରଣ କାର୍ୟ୍ୟକ୍ରମରେ ଅଧିକାରୀମାନେ ନିୟୋଜିତ ଅଛନ୍ତି ।

ମଦ୍ୟପାନ କରୁଥିବା କିଛି ଲୋକ ଟିକା ନେବାକୁ ପ୍ରସ୍ତୁତ ନଥିଲେ । କାରଣ ପ୍ରଥମେ ଏହି ରିପୋର୍ଟ ଥିଲା ଯେ ଥରେ ଆପଣ ଟିକା ନେବା ପରେ ଆପଣ ଦୁଇ ତିନି ଦିନ ପାଇଁ ମଦ୍ୟପାନ କରିପାରିବେ ନାହିଁ । ତେଣୁ ଅଧିକ ଟିକାକରଣ କରିବାକୁ, ଆମେ ଏହି ଘୋଷଣା କରିଛୁ ।

Get real time updates directly on you device, subscribe now.