fbpx

ମନ ଦୁଃଖରେ  ଚିଠି ଛାଡିଲା ଚୋର ; କଲେକ୍ଟର ବାବୁ ଘରେ ପଇସା ନାହିଁ ତ, ତାଲା କାହିଁକି ଲଗେଇଛ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଏକ ଚୋରର ଚିଠି ବର୍ତ୍ତମାନ ଭାଇରାଲ ହୋଇଛି । ଚୋର ଜଣଙ୍କ ଚୋରି ସ୍ଥାନରେ ଛାଡି ଯାଇଥିବା ଏକ ଚିଠିକୁ ନେଇ ବେଶ ଚର୍ଚ୍ଚା ହୋଇଛି । ଜଣେ ଡେପୁଟୀ କଲେକ୍ଟରଙ୍କ ଘରେ ଚୋରି କରିବା ପରେ ଅଧିକ ଟଙ୍କା ନ ମିଳିବା କାରଣରୁ ଏହି ଚିଠି ଛାଡି ଯାଇଥିଲା ଚୋର ଜଣକ । କଲେକ୍ଟର ବାବୁ ଘରେ ଯଦି ପଇସା ନାହିଁ ତାହେଲେ ତାଲା କାହିଁକି ଲଗେଇଛ ବୋଲି ଚୋର ଜଣଙ୍କ ପ୍ରଶ୍ନ କରିଥିଲା ।

ଭୋପାଳରୁ ଅଢେଇ ଘଣ୍ଟା ଦୂରରେ ରହିଥିବା ଦେୱାସ ଅଞ୍ଚଳର ସିଭିଲ ଲାଇନ୍ସରେ ଥିବା ଡେପୁଟି କଲେକ୍ଟର ତ୍ରିଲୋଚନ ଗୌରଙ୍କ ଘରେ ଏହି ଚୋରି ହୋଇଥିଲା । ଡେପୁଟି କଲେକ୍ଟରଙ୍କ ସରକାରୀ ବାସଭବନରୁ ଏହି ଚୋରି ହୋଇଥିବା ବେଳେ ଏହା ପୋଲିସ ପାଇଁ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଡେପୁଟି କଲେକ୍ଟରଙ୍କ ସରକାରୀ ବାସଭବନରୁ ମାତ୍ର ୧୦୦ ମିଟର ଦୂରରେ ପୋଲିସ ଏସପିଙ୍କ ବାସଭବନ ରହିଥିବାରୁ ଏହା ପୋଲିସ ପାଇଁ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଖାତେଗାଓଁର ଏସଡିଏମ ରହିଥିବା ଗୌର ବିଗତ ୧୫-୨୦ ଦିନ ହେବ ନିଜ ଘରେ ନଥିଲେ । ଏହି ସୁଯୋଗରେ ଲୁଟେରା ଜଣଙ୍କ ଏହି କାଣ୍ଡ ଭିଆଇଥିଲା । ତଦନ୍ତ ଜାରି ରହିଥିବା ବେଳେ ୩୦ ହଜାର ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.