fbpx

୩ ଲୁଟେରାଙ୍କୁ କାବୁ କଲା ପୋଲିସ; ୧ କୋଟି ଟଙ୍କା ଉଦ୍ଧାର

ଟଙ୍କା ଗାଡ଼ିରୁ ଲୁଟି ଫେରାର ବେଳେ ଧରାପଡ଼ିଲେ ଦୁର୍ବୁତ୍ତ । ଢ଼େଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ୩ ଦୁର୍ବୁତ୍ତଙ୍କୁ ଧରିଲା ପୋଲିସ । ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟି ଚମ୍ପଟ ମାରିଥିଲେ ଦୁର୍ବୁତ୍ତ । ଭ୍ୟାନ ଡ୍ରାଇଭର ଓ ଗାର୍ଡଙ୍କୁ ଭୁଜାଲିରେ ହାଣି ଚମ୍ପଟ ମାରିଥିଲେ । ସେପଟେ ଖସି ପଳାଉଥିବା ଖବର ପାଇ ଗୋଡ଼ାଇଥିଲା ଢ଼େଙ୍କାନାଳ ସଦର ପୋଲିସ । ଗୋଡ଼େଇ ଗୋଡ଼େଇ ୩ ଦୁର୍ବୁତ୍ତଙ୍କୁ ପୋଲିସ କାବୁ କରିଥିବାବେଳେ ଜଣେ ଲୁଟେରା ଖସିଯିବାରେ ସକ୍ଷମ ହୋଇଛି । ତିଗିରିଆ ଏସବିଆଇକୁ ଟଙ୍କା ନେଇ ଯାଉଥିବାବେଳେ ଲୁଟ ହୋଇଥିଲା । ବ୍ୟାଙ୍କ ଗାଡ଼ିରୁ ୧ କୋଟି ୨୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ । ୩ ଦୁର୍ବୁତ୍ତଙ୍କୁ କାବୁ ସହ ୧ କୋଟି ୫ ଲକ୍ଷ ଉଦ୍ଧାର କରିଛି ପୋଲିସ । ବାକି ୨୪ ଲକ୍ଷ ଖସି ଯାଇଥିବା ଲୁଟେରା ନେଇ ପଳାଇଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.