fbpx

PF ଆକାଉଣ୍ଟ ଥିଲେ ମିଳିବ ୫୦ ହଜାର: ମାନିବାକୁ ପଡିବ ଏହି ନିୟମ

ନୂଆଦିଲ୍ଲୀ: ପିଏଫ୍ ଆକାଉଣ୍ଟ ଥିଲେ ମିଳିବ ୫୦ ହଜାର ଟଙ୍କାର ଅତିରିକ୍ତ ବୋନସ । ଇପିଏଫଓ ପକ୍ଷରୁ ଏମିତି କିଛି ଯୋଜନା ରହିଛି ଯାହା ସମ୍ପର୍କରେ ବହୁତ କମ ଲୋକ ଜାଣିଥାନ୍ତି । ଏମିତି ଏକ ଯୋଜନା ହେଉଛି ଆଡିସିନାଲ ବୋନସ । ପିଏଫ୍ ଆକାଉଣ୍ଟରୁ ପେନସନ ଏବଂ ବୀମା ପରି ସୁବିଧା ମିଳୁଥିବା ବେଳେ ଆଡିସିନାଲ ବୋନସ ସମ୍ପର୍କରେ ବହୁତ କମ ଲୋକଙ୍କୁ ଜଣାଥାଏ । ଏହି ସୁବିଧା ଦ୍ୱାରା ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ୫୦ ହଜାର ଟଙ୍କାର ଅତିରିକ୍ତ ବୋନସ ମିଳିଥାଏ । ତେବେ ଏହି ଅର୍ଥ ହାସଲ କରିବା ପାଇଁ ଇପିଏଫ୍ଓ ପକ୍ଷରୁ କିଛି ସର୍ତ୍ତ ରଖାଯାଇଛି ।

କଣ ରହିଛି ସର୍ତ୍ତ:
ଆଡିସିନାଲ ବୋନସ ରାଶିରେ ୫୦ ହଜାର ଟଙ୍କା ମିଳୁଥିବା ବେଳେ ଏହାକୁ ଲୟାଲଟି ବୋନସ ମଧ୍ୟ କୁହାଯାଏ । ୨୦ ବର୍ଷ ଯାଏଁ ପିଏଫ୍ ଆକାଉଣ୍ଟରେ ଅର୍ଥ ଜମା କରୁଥିଲେ ଏହି ସୁବିଧା ମିଳିବ । ଯଦି ଆପଣଙ୍କ ବେସିକ୍ ସାଲାରୀ ୫ ହଜାର ତାହେଲେ ୨୦ ବର୍ଷ ପରେ ଆପଣଙ୍କୁ ୩୦ ହଜାର ଟଙ୍କାର ଆଡିସିନାଲ ବୋନସ ପ୍ରଦାନ କରିବ ଇପିଏଫଓ । ଯଦି ବେସିକ୍ ସାଲାରୀ ୫-୧୦ ହଜାର ମଧ୍ୟରେ ଥାଏ ତାହେଲେ ୨୦ ବର୍ଷ ପରେ ଆପଣଙ୍କୁ ୪୦ ହଜାର ଟଙ୍କା ଏବଂ ୧୦ ହଜାର ଉପରେ ବେସିକ ସାଲାରୀ ଥିଲେ ୨୦ ବର୍ଷ ପରେ ଆପଣଙ୍କୁ ୫୦ ହଜାର ଟଙ୍କାର ଆଡିସିନାଲ ବୋନସ ପ୍ରଦାନ କରାଯିବ । ତେବେ ୨୦ ବର୍ଷ ପୂରଣ ହେବା ପୂର୍ବରୁ ଯଦି କୌଣସି କର୍ମଚାରୀ ବିକଳାଙ୍ଗ ହୋଇ ଯାଉଛନ୍ତି ତା ହେଲେ ବେସିକ୍ ସାଲାରୀ ହିସାବରେ ହିଁ ଆପଣଙ୍କୁ ଏହ ଅର୍ଥରାଶି ପ୍ରଦାନ କରାଯିବ ।

Get real time updates directly on you device, subscribe now.