fbpx

ଏଣିକି ଆର୍ଯ୍ୟନ ଖାନ୍ ପ୍ରତି ସପ୍ତାହରେ ମୁମ୍ବାଇ NCB ଅଫିସରେ ହାଜର ହେବେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କ ଜାମିନ ସର୍ତ୍ତରେ ସଂଶୋଧନ କରିଛନ୍ତି । ଏଥିସହ ଆର୍ଯ୍ୟନ ପ୍ରତ୍ୟେକ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆର୍ଯ୍ୟନ ଜାମିନ ପାଇବା ପରେ ନଭେମ୍ବର ୫, ୧୨, ୧୯, ୨୬, ଡିସେମ୍ବର ୩ ଓ ୧୦ ତାରିଖରେ ଏନସିବି ଅଫିସରେ ହାଜର ହୋଇ ଆସୁଥିଲେ । ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ସକାଳ ୧୧ଟାରୁ ଦ୍ୱିପ୍ରହର ୨ଟା ମଧ୍ୟରେ ହାଜର ହେବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିବା ବେଳେ ତାଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ ହୋଇନଥିଲା । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଭାଗ ନେଇଥିବାରୁ ତାଙ୍କୁ ଏନସିବି ଅଟକ ରଖିଥିଲା । ଏହି ମାମଲାରେ ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ ଧମେଚାଙ୍କୁ ମଧ୍ୟ ଏନସିବି ଅଟକ ରଖିଥିଲା । ସେତେବେଳେ ଆର୍ଯ୍ୟନଙ୍କ ଜାମିନ ତାରିଖ ବାରମ୍ବାର ଘୁଞ୍ଚି ଚାଲିଥିବାରୁ ତାହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.