fbpx
BSKY SKY
BSKY SKY

ପତ୍ନୀଙ୍କ ନାମରେ ସମସ୍ତ ପ୍ରପର୍ଟି କରିଦେଲେ ଖାଲି ଫାଇଦା ହିଁ ଫାଇଦା, ଜାଣନ୍ତୁ କେଉଁ କ୍ଷେତ୍ରରେ ମହିଳାଙ୍କୁ ମିଳୁଛି ଅଧିକ ରିହାତି

BSKY

ନୂଆଦିଲ୍ଲୀ: ସାଧାରଣତଃ ଟ୍ୟାକ୍ସ ଛାଡ଼ କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ମାତ୍ରାରେ ସୁବିଧା ଦିଆଯାଇଥାଏ । ମାତ୍ର ମହିଳାଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ କିଛି କ୍ଷେତ୍ରରେ ଅଧିକ ଟ୍ୟାକ୍ସ ଛାଡ଼ କରାଯାଇଥାଏ । ଏପରି କିଛି ସୁବିଧା ମହିଳାଙ୍କୁ ଇନକମ୍ ଟ୍ୟାକ୍ସରେ ପ୍ରଦାନ କରାଯାଇଥାଏ । ଯଦି ମହିଳାଙ୍କ ନାମରେ ପ୍ରପର୍ଟି ରହିଥିବ, ତେବେ ଆପଣମାନେ କିଛି ପରିମାଣରେ ଟ୍ୟାକ୍ସ ବଞ୍ଚାଇବାକୁ ସକ୍ଷମ ହେବେ । ଯଦିଓ ପୁରୁଷମାନେ ଚାହିଁଲେ ବଞ୍ଚାଇ ପାରିବେ, ତେବେ ସେଥିପାଇଁ ସେମାନଙ୍କୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ପୁରୁଷମାନେ ସେମାନଙ୍କର ଧର୍ମପତ୍ନୀଙ୍କ ନାମରେ ସମସ୍ତ ପ୍ରପର୍ଟି କରି ଅଧିକ ମାତ୍ରାରେ ଟ୍ୟାକ୍ସ ସେଭିଂ କରିପାରିବେ ।

ମହିଳାଙ୍କୁ ହୋମ୍ ଲୋନ୍ ଶସ୍ତାରେ ପ୍ରଦାନ କରାଯାଇଥାଏ । ଯଦି ଏ କ୍ଷେତ୍ରରେ ଆମେ ପୁରୁଷଙ୍କ କଥା କହିବା, ତେବେ ସେମାନଙ୍କୁ ଅଧିକ ସୁଧ ଦେବାକୁ ପଡ଼ିଥାଏ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ହୋମ୍ ଲୋନ୍ କ୍ଷେତ୍ରରେ ମହିଳାଙ୍କୁ ୦.୦୫ ପ୍ରତିଶତ ଛାଡ଼ କରିଥାଏ । ଏ କ୍ଷେତ୍ରରେ ପରିବାରର ପ୍ରପର୍ଟି ମହିଳାଙ୍କ ନାମରେ ରହିଥିଲେ ଏସବୁ ଫାଇଦା ଉପଲବ୍ଧ ହେବ । ଦେଶରେ ଅନେକ ରାଜ୍ୟରେ ମହିଳାମାନେ ନିଜ ନାମରେ ପ୍ରପର୍ଟି କରି ଷ୍ଟାମ୍ପ ଡ୍ୟୁଟିରେ ଛାଡ଼ ପାଇଥାନ୍ତି । ଏକ ସରକାରୀ ୱେବସାଇଟରୁ ଜଣାପଡ଼ିଛି ଯେ, ଷ୍ଟାମ୍ପ୍ ଡ୍ୟୁଟି ଉପରେ ପୁରୁଷମାନେ ୬ ପ୍ରତିଶତ ଭରଣା କରୁଥିବା ବେଳେ ମହିଳା ମାନେ ମାତ୍ର ୪ ପ୍ରତିଶତ ଭରଣା କରିଥାନ୍ତି ।

କିଛି ମ୍ୟୁନିସିପାଲ କର୍ପୋରେସନରେ ମହିଳାଙ୍କୁ ପ୍ରପର୍ଟି ଟ୍ୟାକ୍ସରେ ଛାଡ଼ କରାଯାଇଥାଏ । ବିଭିନ୍ନ ମ୍ୟୁନିସପାଲର ପ୍ରପର୍ଟି ଟ୍ୟାକ୍ସ ଅଲଗା ଅଲଗା ହୋଇଥିବା ବେଳେ ମହିଳାଙ୍କ ନାମରେ ପ୍ରପର୍ଟି ରହିଥିଲେ ଆପଣଙ୍କୁ ଫାଇଦା ମିଳିପାରିବ । ୨୦୧୧-୧୨ ଆଥିର୍କ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ଅଧିକ ଟ୍ୟାକ୍ସ ରିହାତି ମିଳୁଥିବା ବେଳେ ୨୦୧୨-୧୩ରେ ତାହା ବରାବର କରାଯାଇଛି ।

Get real time updates directly on you device, subscribe now.