fbpx

ଟୋକିଓ ଅଲିମ୍ପିକ୍: ଆଜି ଅପରାହ୍ଣରେ ଭାରତ-ପାକ୍ କଡ଼ା ଟକ୍କର

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକରେ ଭାରତ-ପାକ୍ ଟକ୍କର ଦେଖିବାକୁ ମିଳିବ । ଆଜି ୧୬ତମ ଦିନରେ ଜାଭେଲିନ୍ ଥ୍ରୋରେ ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ନିରଜ ଚୋପ୍ରା ଓ ପାକିସ୍ତାନର ଅରଶଦ ନଦୀମ ଉଚ୍ଚକୋଟୀର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଦୁଇ ଆଥଲେଟ୍ ପଦକ ପାଇଁ ଜୀବନକୁ ବାଜି ଲଗାଇ ଲଢ଼ିବେ ବୋଲି କୁହାଯାଉଛି ।

ଆଜି ଅପରାହ୍ଣ ୪ଟା ୩୦ ମିନିଟରେ ଜାଭେଲିନ୍ ଥ୍ରୋ ଫାଇନାଲ ଖେଳାଯିବ । ୨୩ ବର୍ଷୀୟ ନିରଜ ଚୋପ୍ରା ନିଜର ପ୍ରଥମ ପ୍ରୟାସରେ ୮୬.୬୫ ମିଟର ଦୂରତା ଥ୍ରୋ କରିଥିବା ବେଳେ ପାକିସ୍ତାନର ନଦୀମ ୮୫.୧୫ ମିଟର ଦୂରତା ଥ୍ରୋ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ । ତେବେ ମୋଟ ୧୨ ଜଣ ଖେଳାଳି ଫାଇନାଲ ପାଇଁ କ୍ୱାଲିଫାଏ କରିଥିବା ବେଳେ ଲଢ଼ାଇ ବେଶ୍ ଜୋରଦାର ହେବ । ଅଲିମ୍ପିକ ଇତିହାସରେ କୌଣସି ଭାରତୀୟ ପୂର୍ବରୁ ଜାଭେଲିନ୍ ଥ୍ରୋରେ କୌଣସି ପଦକ ଜିତି ନାହାନ୍ତି । ନିରଜ ଗତ ବର୍ଷ ସାଉଥ୍ ଆଫ୍ରିକାରେ ଅନୁଷ୍ଠିତ ସେଣ୍ଟ୍ରାଲ ନର୍ଥ ଇଷ୍ଟ ମିଟିଂ ଆଥଲେଟିକ୍ସ ଚାମ୍ପିୟନସିପ ମାଧ୍ୟମରେ ଅଲିମ୍ପିକ ଟିକେଟ ପାଇଥିଲେ । ୨୦୧୬ରେ ଭାରତରେ ଅନୁଷ୍ଠିତ ଦକ୍ଷିଣ ଏସିଆ କ୍ରୀଡ଼ାରେ ନିରଜ ସ୍ୱର୍ଣ୍ଣ ପଦକ ଓ ନଦୀମ ରୌପ୍ୟ ପଦକ ଜିତିଥିବାରୁ ଦୁହିଁଙ୍କୁ ମଧ୍ୟରେ ଖୁବ୍ ସଂଘର୍ଷ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.