fbpx

ଏହି ୫ଟି ଉପାୟକୁ ଅଭ୍ୟାସ କଲେ ଆପଣ ବି କହିପାରିବେ ଇଂରାଜୀ

ଅନେକାଂଶରେ ଦେଖିବାକୁ ମିଳେ ଯେ, ଲୋକେ ଯେତେ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଇଂରାଜୀ କହିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ। ହେଲେ ବିଶେଷଜ୍ଞ ମାନେ କହିଛନ୍ତି ଯେ, ଇଂରାଜୀ କହିବା ଏତେ କଠିନ କାମ ନୁହେଁ। ଏଥି ପାଇଁ ୬ମାସ ଏହି ୫ଟି ଟେକ୍ନନିକକୁ ଆପଣାଇବାକୁ ପଡ଼ିବ। ତାହା ହେଲେ ଆପଣ ପ୍ରାଜ୍ୱଳ ଭାବେ ଇଂରାଜୀ କହିପାରିବେ। ଆଜିକାଲି ବଡ ବଡ ସହରରେ ଚାକିରି କ୍ଷେତ୍ରରେ ଇଂରାଜୀ କହିବାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଆପଣ ଯଦି ଇଂରାଜୀ କହିବା ଓ ଲେଖିବାରେ ସେତିକି ସକ୍ରିୟ ନଥିବେ ତେବେ ଚାକିରୀ ମିଳିବା ମଧ୍ୟ କାଠିକର ପାଠ ହୋଇଥାଏ ।

୧. ଇଂରାଜୀକୁ ମନୋରଞ୍ଜନର ଏକ ଅଂଶ ବନାନ୍ତୁ: ଦିନର ଆରମ୍ଭ କରନ୍ତୁ ଇଂରାଜୀ ନ୍ୟୁଜ ପେପର ପଢିବା ସହ। ଏହାସହ ଇଂରାଜୀ ଫିଲ୍ମ ଓ ସିରିଜ ଦେଖିବା ସହ ତାର ସବଟାଇଟଲ କୁ ଫୋକସ ଦିଅନ୍ତୁ। ଡିଉର ଶିକ୍ଷୟତ୍ରୀ ଡା. ସବିତା ପାଠକ କହିଛନ୍ତି ଯେ, ଯଦି ଆପଣ ନ୍ୟୁଜ ପେପର ପଢୁଛନ୍ତି ତେବେ ଆପଣଙ୍କୁ କଠିନ ଲାଗୁଥିବା ୧୫ଟି ଶବ୍ଦକୁ ଲେଖି ତାର ନିଜ ମାତୃଭାଷାର ଅର୍ଥ ଲେଖି ଦିନସାରା ତାହାକୁ ପଢିଲେ ଆପଣ ଜାଣିପାରିବେନି ଆପଣଙ୍କ ଇଂରାଜୀ ଜ୍ଞାନ କେଉଁଠୁ ଯାଇ କେଉଁଠି ପହଂଚିଯିବ।

୨.ଦିନକୁ ୧୦ଟି ବାକ୍ୟ କୁହନ୍ତୁ: ଦିନରେ ଆପଣ ଯାହା ସହିତ କଥା ହେଉଛନ୍ତି କିମ୍ବା ଘରର କାମ କରିବା ସମୟରେ ୧୦ଟି ବାକ୍ୟ କୁହନ୍ତୁ । ଯଦି କେହି ଇଂରାଜୀ ଭଲ ଜାଣିଛି ତେବେ ତାହା ସହ କଥା ହେଇ ପ୍ରାକ୍ଟିସ କରନ୍ତୁ । ନଚେତ ମିରର ସାମ୍ନାରେ ଠିଆ ହୋଇ ନିଜେ ନିଜେ ଅଭ୍ୟାଷ କରନ୍ତୁ ।

୩.ଇଂରାଜୀ କହିବା ବେଳେ ଲାଜ ସରମ ଓ ଡରକୁ ଭୁଲି ଯାଆନ୍ତୁ: ଆମେ ଯଦି ସାମ୍ନା ବଲାକୁ ଭଲ ଇଂରାଜୀ କହୁଥିବାର ଦେଖୁ ତେବେ ଆମେ ଡ଼ରି ଯାଉ । କାଳେ ଇଂରାଜୀ ଗ୍ରାମାର ଭୁଲ ହେଇଯିବ ତାହା ମଧ୍ୟ ଲାଜ କରିବାର ଅନ୍ୟ ଲକ୍ଷଣ । ତେବେ ଆପଣ ଗ୍ରାମାରକୁ ଲକ୍ଷ କରନ୍ତୁ ନାହିଁ କେବଳ ଧ୍ୟାନ ରଖନ୍ତୁ ମୋତେ ଇଂରାଜୀ କହିବାର ଅଛି ଆଉ ମୁଁ ଯାହା ବି ହେଲେ କହିବି ।

୪.ଇଂରାଜୀ ଟ୍ରାନ୍ସଲେଟ କରନ୍ତୁ ନାହିଁ: ମାତୃଭାଷାକୁ ସର୍ବଦା ଇଂରାଜୀରେ ଟ୍ରାନ୍ସଲେସନ କରିବା ଦ୍ୱାରା ସବୁ ବେଳେ ତାହା ଅଭ୍ୟାସରେ ପରିଣତ ହୋଇଥାଏ । ଇଂରାଜୀ କହିବା ପୂର୍ବରୁ ତାହାକୁ ଭାବନ୍ତୁ । ଭାବିବା ଦ୍ୱାରା ଆପଣଙ୍କ ଇଂରାଜୀ କହିବା ପାଇଁ ଶବ୍ଦ ଗୁଡ଼ିକ ଆପେ ଆପେ ମନକୁ ଆସିବ । ଏହା ଫଳରେ ଆପଣଙ୍କ ଇଂରାଜୀ କହିବା ସହଜ ହେବ ।

୫.ଗ୍ରାମାରର ମୂଳଦୂଆ ଓ ଶବ୍ଦକୋଷ ମଜଭୁତ କରାନ୍ତୁ: ଇଂରାଜୀ କହିବାରେ ବେସିକ ଗ୍ରାମରରେ ଭୁଲ କରନ୍ତୁ ନାହିଁ । ଯେମିତି କି ସ୍ତ୍ରୀ ପୁରୁଷ କ୍ଷେତ୍ରରେ ସି, ହର, ହିଜ ଆଦି ଭୁଲ । ଏ ଓ ଆନ କେଉଁଠି ବସୁଛି । ଏହା ସହ ଶବ୍ଦର ଉଚ୍ଚାରଣ ସଠିକ କରିବା ଉପରେ ମଧ୍ୟ ଅଧିକ ଧ୍ୟାନ ଦେବା ଉଚିତ । ସେଥିପାଇଁ ଲେଖିବା ସହ ପଢିବା ଆବଶ୍ୟକ । ଯଦି ଆପଣ ଗ୍ରାମାର ଶିଖିଲେ ତେବେ ତାହାକୁ କଥାବାର୍ତ୍ତାରେ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.