fbpx

ଏହି ସ୍ୱପ୍ନକୁ ଦେଖିଥିଲେ ଭୁଲରେ ମଧ୍ୟ କାହାସହ ସେୟାର କରନ୍ତୁ ନାହିଁ

Advertisement

ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନେ ଜୀବନରେ ସ୍ୱପ୍ନ ଦେଖିନଥିବେ । ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ସବୁ ସ୍ୱପ୍ନ ପଛରେ କିଛି ନା କିଛି କାରଣ ରହିଥାଏ । ଏଥିରୁ କିଛି ସ୍ୱପ୍ନ ମନେ ରୁହେ ତ କିଛି ଭୁଲି ହୋଇଯାଇଥାଏ । ତେବେ ଯେଉଁ ସ୍ୱପ୍ନ ଆପଣଙ୍କର ମନେ ରହୁଛି କାହାକୁ କହିବା ଉଚିତ କି ନୁହେଁ ତାହା ବାରଣ କରାଯାଇଛି ନଚେତ ଆପଣ ଅଶୁବିଧାରେ ପଡିପାରନ୍ତି ଏବଂ ହେବାକୁ ଥିବା କାର୍ଯ୍ୟ ଅସଫଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସ୍ୱପ୍ନ ଶାସ୍ତ୍ର କଣ କହୁଛି ଏହି ବିଷୟରେ ।

– ଯଦି ସ୍ୱପ୍ନରେ ଆପଣ ଭଗବାନଙ୍କୁ ଦେଖୁଛନ୍ତି ତେବେ ଏହା ଆମକୁ ସଫଳତାର ପ୍ରତୀକ ରୂପେ ସୂଚାଇ ଥାଏ । ତେଣୁ ଭଗବାନଙ୍କୁ ଦେଖିଥିବା ସ୍ୱପ୍ନକୁ କାହା ସହିତ ସେୟାର କରନ୍ତୁ ନାହିଁ ।

– ସ୍ୱପ୍ନରେ ଯଦି ଫଳବଗିଚା ଦେଖୁଛନ୍ତି ତେବେ ଆଗକୁ ଆପଣଙ୍କ ପାଇଁ କିଛି ଖୁସି ଖବର ଆସୁଛି । ଆପଣଙ୍କ ପାଖକୁ ପଇସା ଆସିବାକୁ ଯାଉଛି ତେବେ ଏହା ଅନ୍ୟ ଆଗରେ କହିଲେ ତାହା ହୋଇ ନ ଥାଏ ।

– ସ୍ୱପ୍ନ ଦେଖୁଥିବା ସମୟରେ ଆପଣ ମରିଯାଉଥିବା ସ୍ୱପ୍ନ ଦେଖୁଥିବେ । ହେଲେ ଏହି ସ୍ୱପ୍ନକୁ କାହା ଆଗରେ ଭୁଲରେ ମଧ୍ୟ ସେୟାର କରନ୍ତୁ ନାହିଁ । କାରଣ ଏହା କହିବା ଦ୍ୱାରା ଅପଣଙ୍କ ଉପରେ ଅନ୍ୟର ନଜର ଲାଗିଯାଇଥାଏ ।

– ସ୍ୱପ୍ନରେ ଯଦି ଭରି ରୁପା ପୂର୍ଣ୍ଣ କଳସୀ ଦେଖୁଛନ୍ତି ତେବେ ଏହା ଆଗକୁ ଭଲ ଦିନ ଆସିବାର ସମାଚାର ଦେଇଥାଏ । ଏହାକୁ ଆପଣ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ ।

– ଆପଣ ନିଜ ପିତା ମାତାଙ୍କୁ ପାଣି ପିଆଉଥିବା ସ୍ୱପ୍ନ ଦେଖିଲେ କାହାକୁ କୁହନ୍ତୁ ନାହିଁ । ଏହା ସୂଚନା ଦେଇଥାଏ ଯେ, ଆଗକୁ ଆସୁଥିବା ଖରାପ ଦିନର ମୁକ୍ତି ମିଳିବ ଆପଣଙ୍କୁ ।

Get real time updates directly on you device, subscribe now.