fbpx

ପଦ୍ମପୁର ଉପନିର୍ବାଚନ ପାଇଁ ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ!

AAKASH

ଭୁବନେଶ୍ୱର:ପଦ୍ମପୁର ଉପନିର୍ବାଚନ ପାଇଁ ତିନି ଦଳ ତାଙ୍କର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ଧାମନଗରରେ ଯେଉଁ ଭୁଲ ହେଲା ତାକୁ ଆଉ ଥରେ ନ ଦୋହରାଇବା ପାଇଁ ଦଳ ଏବେ ଠାରୁ ତାଙ୍କର ତ୍ରୁଟି ସଜାଡିଲେଣି । ଏହା ଭିତରେ ବିଜେପି ତାର ପ୍ରାର୍ଥୀ ନାମ ଘୋଷଣା କରିସାରିଛି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଛି ବିଜେପି ତେବେ ଏହା ଭିତରେ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଏକ ପ୍ରକାରର ସୂଚନା ମିଳିଛି । କାରଣ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ଏନେଇ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି କଂଗ୍ରେସ ପଦ୍ମପୁରରେ ନିଶ୍ଚୟ ଜୟଯୁକ୍ତ ହେବ ।

ତେବେ ବର୍ତ୍ତମାନ ସୁଦ୍ଧା ଅଡୁଆରେ ଅଛି ଶାସକ ଦଳ ବିଜେଡି । କାହାକୁ ପ୍ରାର୍ଥୀ କରିବ ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ପାରୁ ନାହିଁ । କାରଣ ଦଳରେ ବହୁ ଆଶାୟୀ ଅଛନ୍ତି। ଏହାପରେ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ ଇସାରା ଦେଇଛନ୍ତି । ଆଉ ଦଳ ଯଦି ଏଥର ଅନୁକମ୍ପା କାର୍ଡ ନଖେଳିଲା ହୁଏତ ପୁଣି ପରାଜୟ ଦେଖି ପାରେ । ତେଣୁ ଯାହା ଆଶା କରାଯାଉଛି ବିଜେଡି ଚଳିତଥର ଗୋଟିଏ ଗୁଳିରେ ଦୁଇଟି ଶୀକାର କରିପାରେ । ଶ୍ରୀଯୁକ୍ତ ବରିହାଙ୍କ ପତ୍ନୀଙ୍କୁ ଟିକେଟ ଦେଇ ଉଭୟ ମହିଳା ଆଉ ଅନୁକମ୍ପା ଭୋଟ କାର୍ଡ ଖେଳି ପାରେ ବିଜେଡି । ତେବେ ଦେଖିବା ବାକି ରହିଲା ଦଳ କାହାକୁ ଟିକେଟ ଦେବ ।

Get real time updates directly on you device, subscribe now.