fbpx
BSKY
BJD YOUTH SKY
BJD MS SKY

ମୁମ୍ବାଇ ଏୟାରପୋର୍ଟରେ ଶାହରୁଖ ଏକ ଘଣ୍ଟା ଅଟକ: ୧୮ ଲକ୍ଷ ଟଙ୍କିଆ ଘଣ୍ଟା ହିଁ କାହାଣୀର ମୂଳ ମଞ୍ଜି

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ତଥା କିଙ୍ଗ ଖାନ୍ ଶାହରୁଖ ଖାନଙ୍କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ନିକଟରେ ଶାହରୁଖ ଖାନ୍ ଦୁବାଇର ଏକ ଆୱାର୍ଡ ଶୋ’ରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ସେ ନିଜର ଖାସ ଅନ୍ଦାଜରେ ସମସ୍ତ ଫ୍ୟାନ୍ସଙ୍କ ଦିଲ୍ ଜିତି ନେଇଥିଲେ । ତେବେ ଦୁବାଇରୁ ଫେରିବା ସମୟରେ ଶାହରୁଖଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖାଯାଇଥିଲା । ରାତିରେ ଅଭିନେତା ଫେରୁଥିବା ସମୟରେ ତାଙ୍କୁ ଅଟକ ରଖାଯାଇ ୧ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଶାହରୁଖ ଖାନ ଓ ତାଙ୍କର ମ୍ୟାନେଜର ପୂଜା ଦଦଲାନୀଙ୍କୁ କଷ୍ଟମ ଅଫିସରମାନେ ଏୟାରପୋର୍ଟରେ ଅଟକ ରଖିବା ସହ ଏକଘଣ୍ଟା ଧରି ପଚରାଉଚରା କରିଥିଲେ । ଶାହରୁଖ ଏକ ମହଙ୍ଗା ଘଣ୍ଟା ପିନ୍ଧିଥିଲେ, ଯାହାର ମୂଲ୍ୟ ୧୮ ଲକ୍ଷ ଟଙ୍କା ରହିଥିଲା । ଉକ୍ତ ଘଣ୍ଟା ପାଇଁ ଶାହରୁଖ ଖାନଙ୍କୁ ୬.୮୩ ଲକ୍ଷ ଟଙ୍କାର କଷ୍ଟମ ଡ୍ୟୁଟି ଭରିବାକୁ ପଡ଼ିଥିଲା । ପ୍ରାଇଭେଟ ଚାର୍ଟର୍ଡ ପ୍ଲେନରେ ଶାହରୁଖ ଦୁବାଇରୁ ଆସୁଥିଲେ । ଏୟାରପୋର୍ଟର ଟି ୩ ଟର୍ମିନାଲରେ ତାଙ୍କୁ ଅଟକ ରଖାଯାଇଥିଲା ।

କଷ୍ଟମ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ କିଙ୍ଗ ଖାନ । ଏହାପରେ ଅଭିନେତା କଷ୍ଟମ ଡ୍ୟୁଟି ପଇଠ କରିଥିଲେ । ସକାଳ ୫ଟାରେ ପେନାଲଟି ଆଧାରରେ କଷ୍ଟମ ଡ୍ୟୁଟି ଆଦାୟ କରାଯାଇଥିଲା । ଏହାପରେ କିଙ୍ଗ ଖାନ ଓ ତାଙ୍କ ମ୍ୟାନେଜରଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା । କଷ୍ଟମ ଡ୍ୟୁଟି ଅଧିକାରୀମାନେ ଚେକିଂ ସମୟରେ ଶାହରୁଖଙ୍କ ଟିମ ନିକଟରୁ ଏକ ଦାମୀ ଘଣ୍ଟା ପାଇଥିଲେ । ଏହାପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅଟକ ରଖାଯାଇ ଯାଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.