fbpx

ସୂର୍ଯ୍ୟାସ୍ତ ସମୟରେ କରନ୍ତୁ ନାହିଁ ଏହି ୪ଟି ଭୁଲ୍; ନଚେତ ମିଳିବ ଅଶୁଭ ପରିଣାମ, ଘରେ ଦେଖାଦେବ ସମସ୍ୟା

AAKASH

ହିନ୍ଦୁ ଧର୍ମରେ ସୂର୍ଯ୍ୟାସ୍ତ ପରେ ଅର୍ଥାତ ସନ୍ଧ୍ୟା ସମୟକୁ ବହୁତ ଗୁରୁତ୍ୱ ଏବଂ ପ୍ରାଧାନ୍ୟ ଦିିଆଯାଇଥାଏ । ଏହି ସମୟରେ ଭଗବାନଙ୍କ ପୂଜା କରାଯିବା ସହ ବୃନ୍ଦାବତୀଙ୍କୁ ଦୀପ ଅର୍ପଣ କରାଯାଇଥାଏ । କାରଣ ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଭାବନା ସୃଷ୍ଟି ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିିସହିତ ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ସର୍ବଦା ପରିବାର ଉପରେ ରହିଥାଏ । ତେବେ ସୂର୍ଯ୍ୟାସ୍ତ ସମୟରେ ଏପରି କିଛି କାର୍ଯ୍ୟ ରହିଛି ଯାହାକୁ କରିବାକୁ ବାରଣ କରାଯାଇଥାଏ । କାରଣ ଏହି କାର୍ଯ୍ୟକୁ ହିନ୍ଦୁ ଧର୍ମରେ ଅଶୁଭ କୁହାଯିବା ସହ ଏହା ଘରେ ନକରାତ୍ମକ ଉର୍ଜାକୁ ସୃଷ୍ଟି କରିଥାଏ । ଫଳରେ ଜୀବନରେ ସର୍ବଦା ସମସ୍ୟା ଲାଗି ରହିବା ସହ ଆର୍ଥିକ ସଂକଟ ମଧ୍ୟ ଦେଖାଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ସମୟରେ କେଉଁ ସବୁ କାମ କରିବାକୁ ବାରଣ କରାଯାଇଥାଏ?

ସୂର୍ଯ୍ୟାସ୍ତ ସମୟରେ କରନ୍ତୁ ନାହିଁ ଏହି କାମ:

ଶୋଇବା: ହିନ୍ଧୁ ଧର୍ମ ଅନୁସାରେ ସୂର୍ଯ୍ୟାସ୍ତ ସମୟରେ ଭୁଲରେ ଶୁଅନ୍ତୁ ନାହିଁ । କାରଣ ଏହି ସମୟରେ ସକାଳ ଏବଂ ସନ୍ଧ୍ୟାର ସଂଯୋଗ ହୋଇଥାଏ । ଯାହାକି ଏକ ବିଶେଷ ମୂହୁର୍ତ୍ତ ବୋଲି ବିବେଚନା କରାଯାଏ । ତେଣୁ ଏହି ସମୟରେ ନ ଶୋଇ ଭଗବାନଙ୍କ ନାମ ଜପ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏଥିସହିତ ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ତେବେ ଯେଉଁ ବ୍ୟକ୍ତିମାନେ ସନ୍ଧ୍ୟା ସମୟରେ ଶୋଇଥାନ୍ତି ସେମାନଙ୍କ  ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ଧାର ଦିଅନ୍ତୁ ନାହିଁ:ସୂର୍ଯ୍ୟାସ୍ତ ସମୟରେ ଭୁଲରେ ବି କାହାକୁ କିଛି ଧାର ଦିଅନ୍ତୁ ନାହିଁ । କୁହାଯାଏ କି ସନ୍ଧ୍ୟା ସମୟରେ ଧାର ଦେବା ଦ୍ୱାରା ମା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି । ଯାହାଫଳରେ ଘରେ ଏବଂ ଜୀବନରେ ସର୍ବଦା ଆର୍ଥିକ ସଂକଟ ଲାଗି ରହିଥାଏ । ତେଣୁ ଏହି ସମୟରେ କାହାକୁ କିଛି ଧାର ଦେବା ଉଚିତ ନୁହେଁ ।

ଘର ଅନ୍ଧାର ରଖନ୍ତୁ ନାହିଁ :ସୂର୍ଯ୍ୟାସ୍ତ ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ । ତେଣୁ ଏହି ସମୟରେ ଘର ଅନ୍ଧାର ରଖନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ । ଯାହାଫଳରେ ଘରେ ଅଶାନ୍ତି ଲାଗି ରହିବା ସହ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ ।

ନଖ କାଟନ୍ତୁ ନାହିଁ :ସୂର୍ଯ୍ୟାସ୍ତ ସମୟରେ ଭୁଲରେ କେବେ ବି ନଖ କିମ୍ବା ଚୁଟି କାଟନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଏପରି କରିବା ଦ୍ୱାରା ଘରେ ଧନର ଅଭାବ ଦେଖାଦେଇଥାଏ । ଏଥିସହିତ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ସନ୍ଧ୍ୟା ସମୟରେ କେବେ ବି ଏହି କାର୍ଯ୍ୟ କରନ୍ତୁ ନାହିଁ ।

Get real time updates directly on you device, subscribe now.