fbpx

(Video) ଆଧାରକାର୍ଡ ଦେଖାଇଲେ ଭୋଜିରେ ମିଳିବ ଖାଇବା: ନଚେତ୍ ଭୋଜିରୁ ଖାଲି ପେଟରେ ହିଁ ଫେରିବାକୁ ପଡିବ

ଅନେକ ସ୍ଥାନରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରାଯାଏ । ବିଭିନ୍ନ ସରକାରୀ ଯୋଜନା ହେଉ କିମ୍ବା ପରିଚୟପତ୍ର ଭାବରେ ଏହାକୁ ବ୍ୟବହାର କରାଯାଏ । କିନ୍ତୁ କ’ଣ ଆପଣ ଶୁଣିଛନ୍ତି ଯେ ବାହାଘର ଭୋଜି ଖାଇବା ପାଇଁ କେବେ ଆଧାର କାର୍ଡର ଆବଶ୍ୟକତା ପଡ଼ିପାରେ । ଆଜ୍ଞା ହଁ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଆମ୍ରେହୀ ଜିଲ୍ଲାରେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଉତ୍ତର ପ୍ରଦେଶରେ ଝିଅର ବାହାଘର ଭୋଜିରେ ଏପରି ଘଟଣା ଘଟିଥିଲା ଯାହାକୁ ଦେଖି ସମସ୍ତେ ଚକିତ ହୋଇଥିଲେ । ଏହି ବାହାଘର ଭୋଜିରେ ଯେଉଁମାନେ ଆଧାର କାର୍ଡ ଦେଖାଉଥିଲେ ସେମାନଙ୍କୁ ହିଁ ଭୋଜି ଖାଇବାକୁ ମିଳିଥିଲା । ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଜଣେ ଅତିଥି ଭୋଜିଖାଇବା ପାଇଁ ଆଧାର କାର୍ଡ ଦେଖାଉଛନ୍ତି । ସେଠାରେ ବିବାହରେ ଆମନ୍ତ୍ରିତ ଅତିଥିମାନଙ୍କୁ ଖାଇବାକୁ ଅନୁମତି ଦେବା ପୂର୍ବରୁ ଆଧାର କାର୍ଡ ଦେଖାଇବାକୁ କୁହାଯାଇଥିଲା । ଆୟୋଜକମାନେ ଅତିଥିମାନଙ୍କୁ ଖାଇବାକୁ ଅନୁମତି ଦେବା ପୂର୍ବରୁ ସେମାନଙ୍କର ଆଧାର କାର୍ଡ ଦେଖାଇବାକୁ କହିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅତିଥିଙ୍କ ସଂଖ୍ୟା ଆଶା କରାଯାଉଥିବା ଠାରୁ ଅଧିକ ଥିଲା । ଫଳସ୍ୱରୂପ କନ୍ୟାର ପରିବାର ଲୋକେ କେବଳ ସେହିମାନଙ୍କୁ ଭୋଜି ହଲରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ ଯେଉଁମାନେ ଆଧାର କାର୍ଡ ଆଣିଥିଲେ । କିଛି ଅତିଥିମାନଙ୍କ ପାଖରେ ଆଧାର କାର୍ଡ ନଥିଲା ଏବଂ ସେମାନେ ଭୋଜି ନଖାଇ ଫେରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.