fbpx

ଯଦି ଆପଣଙ୍କୁ ମିଳୁଛି ଏହି ସଙ୍କେତ, ତେବେ ବୁଝିଯାଆନ୍ତୁ କି ଖୁବଶୀଘ୍ର ଆସୁଛି ଆପଣଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ମହାଭାରତରେ ଯୁଧିଷ୍ଠିରଙ୍କୁ ଯେତେବେଳେ ଯକ୍ଷରାଜା ପଚାରିଥିଲେ ସତ୍ୟ କ’ଣ, ସେବେ ସେ ଉତ୍ତରରେ କହିଥିଲେ ଯେ, ‘ସବୁଠାରୁ ଅଟଳ ସତ୍ୟ ହେଉଛି ମୃତ୍ୟୁ ।’ ପ୍ରକୃତରେ ଜୀବନର ନିୟମ ହେଉଛି କି, ଯିଏ ଧରାପୃଷ୍ଠରେ ଜନ୍ମ ହୋଇଛି ମାନେ ମୃତ୍ୟୁ ସୁନିଶ୍ଚିତ । ଏହାକୁ କେହି ବଦଳାଇ ପାରିବେନି । କାହିଁକି ଅଚାନକ୍ ମୃତ୍ୟୁ ହୁଏ ଓ ମରିବାର କ’ଣ ପ୍ରକ୍ରିୟା ରହିଛି, ତାହା ଜାଣିବାକୁ ବୈଜ୍ଞାନିକମାନେ ଏବେ ବି ଲାଗିପଡ଼ିଛନ୍ତି । ଯଦି ମୃତ୍ୟୁର ଏକ ପ୍ରକ୍ରିୟା ରହିଛି, ତେବେ ଏହାର ପ୍ରାରମ୍ଭ କେବେଠାରୁ ଆରମ୍ଭ ହୁଏ ବୋଲି ସେମାନେ ଉତ୍ତର ଖୋଜୁଛନ୍ତି ।

ବିଜ୍ଞାନ ହୁଏତ ଏହାର ଉତ୍ତର ଖୋଜୁଛି, କିନ୍ତୁ ଏହି ରହସ୍ୟକୁ ବୁଝିବାପାଇଁ ଆଧ୍ୟାତ୍ମିକତାର ନିଜସ୍ୱ ସଂଜ୍ଞା ରହିଛି । ମୃତ୍ୟୁ ହେଉଛି ଏପରି ଏକ ଶବ୍ଦ, ଯାହାକୁ ଶୁଣିବା ମାତ୍ରେ ପ୍ରତ୍ୟେକ ବ୍ୟକ୍ତି ଭୟ କରନ୍ତି । କିନ୍ତୁ ସେ କେବେ ଓ କିପରି ମରିବେ, ତାହା ଜାଣିବାକୁ ସମସ୍ତଙ୍କର ଇଚ୍ଛା ଥାଏ ।

ଶିବ ପୁରାଣ ଅନୁସାରେ, ମୃତ୍ୟୁ ପୂର୍ବରୁ ବ୍ୟକ୍ତିଙ୍କୁ ଅନେକ ସଙ୍କେତ ମିଳିଥାଏ । ତାଙ୍କ ମୃତ୍ୟୁ ନିକଟତର ବୋଲି ଏହି ସଙ୍କେତରୁ ଜଣାପଡିଥାଏ । ଏହି ସଙ୍କେତ ୬ ମାସ ପୂର୍ବରୁ ଦେଖାଯିବା ଆରମ୍ଭ ହୋଇପାରେ ଓ ମୃତ୍ୟୁର ଠିକ୍ ଗୋଟିଏ ଦିନ ପୂର୍ବରୁ ସ୍ପଷ୍ଟ ହୋଇଯାଏ । ଜାଣନ୍ତୁ କ’ଣ ରହିଛି ମୃତ୍ୟୁର ସଙ୍କେତ…

ବଦଳିଯାଏ ଶରୀରର ରଙ୍ଗ :-
ଯଦି କୌଣସି ବ୍ୟକ୍ତିର ଶରୀରର ରଙ୍ଗ ଅଚାନକ୍ ଧଳା କିମ୍ବା ନୀଳ ପଡ଼ିଯାଏ, ତେବେ ଏପରି ବ୍ୟକ୍ତିର ମୃତ୍ୟୁ ଶୀଘ୍ର ହୋଇାପରେ ବା ବ୍ୟକ୍ତି ୬ ମାସରେ ଭିତରେ ମରିବାର ସଙ୍କେତ ହୋଇପାରେ । ଏହା ସହ ନିଜ ଶରୀରରୁ ନିଜ ଛାୟା ଅଲଗା ହେବା ମୃତ୍ୟୁର ସଙ୍କେତ ଭାବରେ ବିବେଚନା କରାଯାଏ । କୁହାଯାଏ ଯେ ଛାୟା ସବୁବେଳେ ଆପଣଙ୍କ ସହିତ ଚାଲିଥାଏ କିନ୍ତୁ ମୃତ୍ୟୁ ସମୟରେ ଛାଇ ମଧ୍ୟ ଆପଣଙ୍କୁ ଛାଡ଼ିଦିଏ ।

ନୀଳ ମାଛି ଦେଇଥାନ୍ତି ମୃତ୍ୟୁର ସଙ୍କେତ:-
ଶିବ ପୁରାଣ ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କୁ ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ କିମ୍ବା ହଠାତ୍ ସବୁକିଛି କଳା ଦେଖାଯାଏ, ତେବେ ତାଙ୍କ ମୃତ୍ୟୁ ପାଖେଇ ଆସୁଛି ବୋଲି ଜାଣିନିଅନ୍ତୁ । ଯଦି ହଠାତ୍ ନୀଳ ରଙ୍ଗର ମାଛି ଆସି ବ୍ୟକ୍ତିଙ୍କୁ ଘେରିଯାଏ, ତେବେ ତାଙ୍କ ମୃତ୍ୟୁ ନିକଟତର ବୋଲି ବୁଝିଯିବା ଉଚିତ୍ । ସେହି ସମୟରେ ମାଛିମାନଙ୍କର ରଙ୍ଗ ମୃତ୍ୟୁକୁ ସୂଚାଇଥାଏ ।

୩ଟି ଦୋଷ ଏକାସାଙ୍ଗରେ ହେବା:-
ଯେତେବେଳେ ବଣିଷ ଶରୀରରେ ୩ଟି ଦୋଷ ଏକାସମୟରେ ହୁଏ, ତେବେ ମଣିଷ ଶରୀର ଛାଡ଼ିବାର ସମୟ ଆସିଯାଇଛି ବୋଲି କୁହାଯାଏ । କିନ୍ତୁ ଏହି ୩ଟି ଦୋଷ କ’ଣ ବୋଲି ଆପଣ ଜାଣିଛନ୍ତି କି ? ଏହି ୩ଟି ଦୋଷ ହେଉଛି- କଫ, ପିତ୍ତ ଓ ବାତ । ପାଣି, ତେଲ, ଘିଅ ଓ ଦର୍ପଣ ଆଦିରେ ନିଜର ଛବି ନଦେଖିପାରୁଥିବା ବ୍ୟକ୍ତି ଅତିକଷ୍ଟରେ ୬ ମାସ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି । ଯିଏ ଦିଗଗୁଡ଼ିକ ବୁଲୁଥିବାର ଦେଖିବାକୁ ପାଆନ୍ତ. ସେମାନଙ୍କର ମୃତ୍ୟୁ ଖୁବଶୀଘ୍ର ହେବାର ସମ୍ଭାବନା ରହିଛି ।

 

Get real time updates directly on you device, subscribe now.