fbpx

ଧନତେରସରେ ପୁରୁଣା ଝାଡୁ ସହ କରନ୍ତୁ ଏହି ଉପାୟ: ବଦଳିଯିବ ଆପଣଙ୍କ ଭାଗ୍ୟ, ହେବ ଧନବର୍ଷା

ଦୀପାବଳି ପର୍ବ ପାଞ୍ଚଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଏହା ଧନତେରସରୁ ଆରମ୍ଭ ହୋଇ ଦୀପାବଳୀ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ । ତେବେ ଏହି ଧନତେରସ ସମୟରେ ଘରପାଇଁ କିଛି କିଣା କିଣି କରାଯାଇଥାଏ । ଯାହାଫଳରେ ଘରକୁ ମା ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଏହି ଧନତେରସରେ ଘରୁ ପୁରଣା ଝାଡୁ ମଧ୍ୟ ବାହାର କରି ନୂଆ ଝାଡୁ ଘରକୁ ଆଣିବା ବହୁତ ଶୁଭ ହୋଇଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଧନତେରସରେ ଘରେ ଥିବା ପୁରୁଣା ଝାଡୁ ମଧ୍ୟ ଆପଣଙ୍କ ଭାଗ୍ୟ ଖୋଲିପାରେ ଏବଂ ଆପଣଙ୍କୁ ଧନବାନ କରାଇଥାଏ । ତେବେ ଏହି ପୁରୁଣା ଝାଡୁରେ ଏପରି କିଛି ଉପାୟ ଅଛି ଯାହା କରିବା ଦ୍ୱାରା ଏହା ଆପଣଙ୍କୁ ଧନବାନ କରାଇଥାଏ ।

ପୁରୁଣା ଝାଡୁରେ କରନ୍ତୁ ଏହି ଉପାୟ:

୧- ଧନତେରସରେ ପୁରୁଣା ଝାଡୁ ଫୋପାଡିବା ପରିବର୍ତ୍ତେ ଏହି ଝାଡୁରେ ଏକ କଳାସୂତା ବାନ୍ଧି ଏହାକୁ ଏପରି ଏକ ଜାଗାରେ ରଖନ୍ତୁ ଯେପରି ବାହାର ବ୍ୟକ୍ତିଙ୍କ ଦୃଷ୍ଟି ପଡିପାରିବ ନାହିଁ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ । ଏଥିସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିବ ।

୨- ଧନତେରସରେ ପୁରୁଣା ଝାଡୁକୁ ଭୁଲରେ ବି ବାହାରେ ଫୋପାଡନ୍ତୁ ନାହିଁ । ଏହି ଦିନ ପୁରୁଣା ଝାଡୁକୁ ବାହାରେ ଫୋପାଡିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିଥାଏ । ଏଥିସହିତ ଘରେ ଆର୍ଥିକ ସଂକଟ ଦେଖାଦେଇଥାଏ । ତେଣୁ ଧନତେରସରେ ପୁରୁଣା ଝାଡୁକୁ ଘରେ ହିଁ ରଖନ୍ତୁ ।

୩- ପୁରୁଣା ଠାଡୁକୁ ବିଛଣା ତଳେ କିମ୍ବା ରୋଷେଇ ଘରେ ଭୁଲରେ ବି ରଖନ୍ତୁ ନାହିଁ । ତେବେ ଧନତେରସରେ ପୁରୁଣା ଝାଡୁକୁ ସମ୍ଭାଳିକି ରଖନ୍ତୁ । ଏଥିସହିତ ନୂଆ ଝାଡୁରେ ଘର ସଫା କରନ୍ତୁ ।

୪- ଧନତେରସ ଦିନ ପୁରୁଣା ଝାଡୁକୁ ପୂଜା କରନ୍ତୁ । ଏହିଦିନ ପୁରୁଣା ଝାଡୁକୁ ଚନ୍ଦନ ଏବଂ ଅକ୍ଷତ ଦେଇ ଏହାକୁ ପୂଜା କରନ୍ତୁ । ଏପରି କରିବା ଦ୍ୱାରା ଘରେ ଲକ୍ଷ୍ମୀଙ୍କ କୃପା ରହିଥାଏ । ସେହିପରି ନୂଆ ଝାଡୁକୁ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.