fbpx
BJD
BJD SKY
BJD SKY

‘ଡେଲ୍ଟା ଭାରିଆଣ୍ଟ’ରୁ ରକ୍ଷାପାଇବାକୁ ଚାହୁଁଥିରେ ଭୁଲରେ ଏହି ୫ ସ୍ଥାନକୁ ଯାଆନ୍ତୁ ନାହିଁ

କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଛି ସତ, କିନ୍ତୁ ବିପଦ ଟଳିନି । କରୋନାର ଡେଲ୍ଟା ଭାରିଆଣ୍ଟ ଏବେ ଦୁନିଆ ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଛି । ଆମେରିକାରେ ଏହି ଭାରିଆଣ୍ଟ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ଏହା ତୃତୀୟ ଲହରର କାରଣ ହେବାକୁ ଯାଉଛି । ତୃତୀୟ ଲହରରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆପଣଙ୍କୁ କିଛି ଦିଗରେ ଧ୍ୟାନ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କେଉଁ-କେଉଁ ସ୍ଥାନକୁ ନଯିବା ଉଚିତ୍…

୧-ବାର୍ ଓ ରେଷ୍ଟୁରାଣ୍ଟ
ସଂକ୍ରମଣ ହ୍ରାସ ହେବାରୁ ବାର ଓ ରେଷ୍ଟୁରାଣ୍ଟ ଖୋଲିଯାଇଛି । କିନ୍ତୁ ଆପଣ ତୃତୀୟ ଲହରରୁ ରକ୍ଷାପାଇବାକୁ ଚାହୁଁଥିଲେ ଏଠାକୁ ଯାଆନ୍ତୁ ନାହିଁ ।

୨- ଜିମ୍
ଏବେ ଜିମ୍ ଯିବା ଠିକ୍ ନୁହେଁ । ଜିମରେ ବ୍ୟବହୃତ ହେଉଥିବା ଉପକରଣକୁ ସମସ୍ତେ ଛୁଇଁଥାନ୍ତି, ଯେଉଁଥିରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଥାଏ ।

୩- ଗ୍ରସରୀ ଷ୍ଟୋର
ଗ୍ରସରୀ ଷ୍ଟୋରରେ କରୋନା ହେବାର ଅଧିକ ସମ୍ଭାବନା ରହିଥାଏ । ଏଠାରେ ଠିକ୍ ଭାବରେ ଭେଣ୍ଟିଲେଟର ହୋଇନଥିବାରୁ କରୋନା ସହଜରେ ବ୍ୟାପିପାରିବ ।

୪-ଭିଡ଼ ଥିବା ସ୍ଥାନ
ଦ୍ୱିତୀୟ ଲହର ଆରମ୍ଭ ହେବା ମାତ୍ରେ ଲୋକମାନେ ଭିଡ଼ ଜମାଇବାରେ ଲାଗିଲେଣି । ଟ୍ରାନ୍ସପୋର୍ଟ ଓ ପର୍ଯ୍ୟଟନ ସ୍ଥଳୀରେ ଯିବା ଆସିବା କରିବା ଦ୍ୱାରା କରୋନା ବଢ଼ିବାର ସମ୍ଭାବନା ରହିଛି ।

୫-ଟିକା ନେଇଥିବା ଲୋକଙ୍କ ସହ ସାକ୍ଷାତ
ଯଦି ଆପଣ ଟିକା ଲଗାଇନଥିବା ଲୋକଙ୍କ ସହ ସାକ୍ଷାତ କରୁଛନ୍ତି, ତେବେ ଆପଣ କରୋନାକୁ ଆମନ୍ତ୍ରଣ କରୁଛନ୍ତି । ଏପରି ଲୋକଙ୍କ ସହ ଭେଟ ହେବା ଅଧିକ ବିପଦଜ୍ଜନକ ।

Get real time updates directly on you device, subscribe now.