fbpx
BSKY SKY
BSKY SKY

ପତ୍ନୀର ଥିଲା ଅନ୍ୟ ଯୁବକଙ୍କ ସହ ସମ୍ପର୍କ, ରାଗରେ ଆସି ବୟଫ୍ରେଣ୍ଡର ପ୍ରାଇଭେଟ୍ ପାର୍ଟ ଉପରକୁ ଗୁଳି ଚଳାଇଲା ସ୍ୱାମୀ

BSKY

ଥିରୁବନନ୍ତପୁରମ୍: ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ବୟଫ୍ରେଣ୍ଡର ପ୍ରାଇଭେଟ୍ ପାର୍ଟକୁ ଗୁଳି କରିଦେଇଛି । ବର୍ତ୍ତମାନ ଉକ୍ତ ଯୁବକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ତ୍ରୀର ଅନ୍ୟ ଯୁବକ ସହ ସମ୍ପର୍କ ଥିବା କଥାକୁ ନେଇ ସ୍ୱାମୀ ଖୁବ୍ ଜୋରରେ ରାଗି ଯାଇଥିଲେ । ତେଣୁ ରାଗରେ ଆସି ବ୍ୟକ୍ତି ଜଣକ ବୟଫ୍ରେଣ୍ଡର ପ୍ରାଇଭେଟ୍ ପାର୍ଟକୁ ଗୁଳି କରିଦେଇଛନ୍ତି । ଏହିଭଳି ଏକ ଘଟଣା ଘଟିଛି କେରଳର ଚେଙ୍ଗନ୍ନୂର ଜିଲ୍ଲାରେ ।

ସୂଚନାନୁଯାୟୀ, ୪୫ ବର୍ଷିୟ ପୀଡିତ ଓ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କ ପତ୍ନୀ ମୁଣ୍ଡକାବୁ ଠାରେ ରୁହନ୍ତି । ଅଭିଯୁକ୍ତ ଓ ତା ପତ୍ନୀ ଦୁହେଁ ଛାଡପତ୍ର ପାଇଁ ବି ଆବେଦନ କରିସାରିଛନ୍ତି । କିନ୍ତୁ ଅଭିଯୁକ୍ତ ଜଣକ ହଠାତ୍ ମୁଣ୍ଡନକାବୁରେ ପହଞ୍ଚିଥିଲା ଓ ଯୁବକଙ୍କ ପ୍ରାଇଭେଟ୍ ପାର୍ଟକୁ ଗୁଳି ଚଳାଇଥିଲା । ଏହାପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୁଲିସ୍ ଏନେଇ କୌଣସି ମାମଲା ରୁଜୁ କରିନାହିଁ । କାରଣ ଏହି ଘଟଣା ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ।

Get real time updates directly on you device, subscribe now.