fbpx

୫୦ ପରେ ବିଦାହେବେ ସମସ୍ତ ଅପାରଗ ଅଫିସର, କାର୍ଯ୍ୟ ରିଭ୍ୟୁ କରିବେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଣ୍ଡର ସେକ୍ରେଟାରୀ ସ୍ତରର ଅଫିସରଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟ ରିଭ୍ୟୁ କରାଯିବା ସହ ଅପାରଗ ବାବୁମାନଙ୍କୁ ୫୦ ବର୍ଷ ପରେ ଅବସର ଦିଆଯିବ ବୋଲି କୁହାଯାଇଛି ।

ତେବେ ବିକାଶର ଗତିକୁ ଦ୍ରୁତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ସରକାର ୪ ଥର ଏପରି ଆକ୍ସନ ନେଇଥିବା ଉଦାହରଣ ରହିଛି । ସେ ସମୟରେ ଟ୍ୟାକ୍ସ ବିଭାଗର ଅନେକ ଅପାରଗ ଅଧିକାରୀଙ୍କୁ ରିଟାୟାର୍ଡ ସମୟ ପୂର୍ବରୁ ଘରକୁ ପଠାଯାଇଥିଲା । ତେବେ ଏହି ଅଫିସରଙ୍କର ଫରଫର୍ମାନ୍ସ ସ୍ଥିର କରିବା ସମୟରେ ଛୁଟିସଂଖ୍ୟା, ମେଡିକାଲ, ପ୍ରପର୍ଟି ଆଦିକୁ ଗୁରୁତ୍ୱ ଦିଆଯିବା ସହ ସର୍ଭିସ୍ ରେକର୍ଡରେ ଟାର୍ଗେଟ୍ ଛଡ଼ା ଫାଇଲ୍ କ୍ଲିୟରିଂ, ପେପର ସବମିଟ୍ ଓ ଅନ୍ୟ ଦିଗକୁ ଦୃଷ୍ଟି ଦିଆଯିବ । ତେବେ ସବୁଠାରୁ ଖୁସିର କଥା ହେଉଛି, ଯେଉଁ କର୍ମଚାରୀଙ୍କର ଅବସର ଆଉ ବର୍ଷେ ବାକି ଥିବ, ସେମାନଙ୍କୁ କାର୍ଯ୍ୟରୁ ବାହାର କରାଯିବ ନାହିଁ ।

ଏହି ରିଭ୍ୟୁର ଆରମ୍ଭ ସରକାରଙ୍କ ପକ୍ଷରୁ ଗତ ୨୦୨୦ ମସିହା ଅଗଷ୍ଟ ମାସରେ ହୋଇଥିଲା । ତେବେ ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗକୁ ଏନେଇ ଏକ ଫର୍ମ ଦିଆଯିବା ସହ ନିର୍ଦ୍ଦେଶ ଦିଆଯାଇଛି । ଏହି ରିଭ୍ୟୁ ପାଇଁ ସିଏଏ ଦ୍ୱାରା ଦୁଇ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯିବା ସହ ଦୁଇଥର ପାଇଁ ମଧ୍ୟ ରିଭ୍ୟୁ କରାଯାଇପାରେ ବୋଲି କୁହାଯାଇଛି ।

Get real time updates directly on you device, subscribe now.