fbpx

ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଐତିହାସିକ ଘୋଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଐତିହାସିକ ଘୋଡ଼ାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଥିଲା । ନିକଟରେ ଘୋଡ଼ାକୁ ହଟାଇ ଦିଆଯିବ ବୋଲି କୁହାଯାଉଥିଲା । ଯାହାପରେ ବିଭିନ୍ନ ଦଳୀୟ ମହଲରୁ ଅସନ୍ତୋଷ ଦେଖାଦେଇଥିଲା । କିନ୍ତୁ ଏ ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି । ସୁତ୍ରରୁ ପ୍ରକାଶ ପାଇଛି ଯେ, ଛକରେ ଥିବା ଘୋଡ଼ା ହଟିବ ନାହିଁ ।

ସୂଚନାଯୋଗ୍ୟ, ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଘୋଡ଼ା ଟିକୁ ହଟାଇ ରାଜ୍ୟପାଳ ଭବନ ଛକ ଠାରେ ରଖାଯିବ ବୋଲି କୁହାଯାଉଥିଲା । ଏହି ପ୍ରସଙ୍ଗକୁ ନେଇ ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀ ମାନେ ଜୋରଦାର୍ ଆନ୍ଦୋଳନ କରିଥିଲେ । ଏହାର ନେତୃତ୍ୱ ନେଇଥିଲେ କଂଗ୍ରେସ ନେତା ସୁରେଶ ରାଉତରାୟ । ସେମାନେ ଦାବି କରିଥିଲେ ଯେ ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକରଣ ପାଇଁ ଘୋଡ଼ାକୁ ନ ହଟାଇ ଯାହା କରିବା କଥା କରାଯାଉ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Get real time updates directly on you device, subscribe now.