fbpx

ମୋ ସହ SEX ନକଲେ ଭିଡିଓ ଭାଇରାଲ କରିଦେବି: ପ୍ରେମିକର ଧମକ ପରେ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ଲଭ୍ ସେକ୍ସ ଓ ଧୋକା । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏହାର ଭିଡିଓ ଶୁଟ କଲେ । ବର୍ତ୍ତମାନ ଭିଡିଓ ଭାଇରାଲ କରିବାକୁ ମଧ୍ୟ ଧମକ ମିଳୁଛି । ଏପରିକି ଯୁବତୀଙ୍କ ସାନ ଭଉଣୀ ପାଖକୁ ଏହି ଭିଡିଓ ପଠାଇ ଦେଇଛି ପ୍ରେମିକ । ଏହାପରେ ବର୍ତ୍ତମାନ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ବାଳକାଟିରେ ରହୁଥିବା ସଚ୍ଚିଦାନନ୍ଦ ଦାସ ଏହି ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟ ଦୂର ସମ୍ପର୍କୀୟ ହେବେ ବୋଲି ମଧ୍ୟ ଯୁବତୀ ଜଣଙ୍କ କହିଛନ୍ତି । ଯୁବତୀଙ୍କ ପାଇଁ ପିପିଲି ସ୍ଥିତ ମଳିଆଳି ସାହିରେ ଉଭୟ ଘରଭଡା ନେଇ ରହୁଥିଲେ । ୧୫ ଦିନ ଧରି ଉଭୟ ସାଥୀ ହୋଇ ରହିଥିବା ବେଳେ ଯୁବତୀଙ୍କ ଅଜାଣତରେ ଗୋପନୀୟ ମୂହୁର୍ତ୍ତର ଭିଡିଓ ଶୁଟିଂ କରିଥିଲେ ସଚ୍ଚିଦାନନ୍ଦ । ମୋ ସହ ସେକ୍ସ ନ କଲେ ଏହି ଭିଡିଓ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏପରିକି ଯୁବତୀଙ୍କ ସାନ ଭଉଣୀ ନିକଟକୁ ଏହି ଭିଡିଓ ପଠାଇବା ପରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ସଚ୍ଚିଦାନନ୍ଦ ନିକଟରେ ତାଙ୍କର ୩-୪ଟି ଅଶ୍ଲୀଳ ଭିଡିଓ ରହିଥିବା ନେଇ ଯୁବତୀ କହିଛନ୍ତି ।

Get real time updates directly on you device, subscribe now.