fbpx
BJD SKY
BJD SKY

ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଏବଂ ବ୍ୟବହୃତ ଗାଡିକୁ ନେଇ ନିର୍ଦ୍ଦେଶନାମା ଜାରି କଲେ ନିର୍ବାଚନ କମିଶନ

BJD

ଭୁବନେଶ୍ୱର: ପୌର ନିର୍ବାଚନରେ ଲାଗିବ ନୂଆ ନିୟମ । ପ୍ରାର୍ଥୀମାନଙ୍କ ଗାଡି ବ୍ୟବହାର ଏବଂ ନିର୍ବାଚନୀ ଖର୍ଚ୍ଚକୁ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । କର୍ପୋରେଟର, ପୌରାଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ମେୟର ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଗିଛି କଟକଣା । ନିର୍ବାଚନ ସମୟରେ ଏହି ନିୟମକୁ ମାନି ପ୍ରଚାର କରିବା ପାଇଁ ଉପଦେଶ ଦେଇଛନ୍ତି ନିର୍ବାଚନ କମିଶନର ।

ଜଣେ କର୍ପୋରେଟର ପ୍ରାର୍ଥୀ ପ୍ରଚାର ସମୟରେ ସର୍ବାଧିକ ୨ଟି ଗାଡି ବ୍ୟବହାର କରିପାରିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ସେହପରି ପୌରାଧ୍ୟକ୍ଷ ୪ଟି ଗାଡି ସାହାଯ୍ୟରେ ନିଜର ପ୍ରଚାର କାର୍ଯ୍ୟ କରିପାରିବେ । ତେବେ ମେୟର ପ୍ରାର୍ଥୀଙ୍କ ପାଇଁ ଏହି ଗାଡି ସଂଖ୍ୟା ୬ ରଖାଯାଇଛି । ୬ଟି ଗାଡି ସାହାଯ୍ୟରେ ପ୍ରଚାର କରିପାରିବେ ଜଣେ ମେୟର ପ୍ରାର୍ଥୀ । ତେବେ ୫୦ ହଜାର ଲୋକ ଥିବା ପୌରସଂସ୍ଥାରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୦ ହଜାର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । କର୍ପୋରେଟର ପ୍ରାର୍ଥୀ ମଧ୍ୟ ୫୦ ହଜାର ଟଙ୍କା ହିଁ ଖର୍ଚ୍ଚ କରିପାରିବେ ।

Get real time updates directly on you device, subscribe now.