ସକାଳେ ଉଠିବାକୁ ନଖରା କରୁଛନ୍ତି କି ଆପଣଙ୍କ ପିଲା, ଉଠାଇବା ପାଇଁ ଆପଣାନ୍ତୁ ସହଜ ଉପାୟ

ଓଡ଼ିଶା ଭାସ୍କର: ସକାଳୁ ସକାରଳୁ ଛୋଟ ପିଲାଙ୍କୁ ସ୍କୁଲ ଯିବା ପାଇଁ ଉଠାଇବା ନେଇ ମାଆମାନଙ୍କୁ ଅନେକ ସମସ୍ୟା ହୋଇଥାଏ । ପିଲାଙ୍କୁ ଜୋର ଜବରଦସ୍ତି ଉଠାଇବା ଦ୍ୱାରା ସେମାନେ ଅଧିକ ଚିଡ଼ଚିଡ଼ା ହେବା ସହ କାନ୍ଦିଥାନ୍ତି । ଏହା ବ୍ୟତୀତ ଦିନ ସାରା କୌଣସି କଥାକୁ ନେଇ ଜିଦ୍ କରୁଥିବା ଦେଖିବାକୁ ମିଳିଥାଏ । ବାସ୍ତବରେ ବୟସ୍କଙ୍କ ତୁଳନାରେ ପିଲାଙ୍କ ନୀଦ ଅଧିକ ଗଭୀର ଥାଏ ଏବଂ ସେମାନଙ୍କୁ ଉଠାଇବା ସହଜ କଥା ନୁହେଁ । ଯେତେଦୂର ସମ୍ଭବ ଛୋଟ ପିଲାଙ୍କୁ ଜୋରରେ ପାଟି କରି ଉଠାଇବା ଠାରୁ ଦୂରେଇ ରହିବା ଉଚିତ । ଏହା ସେମାନଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି କରିଥାଏ । ତେବେ ନିମ୍ନଲିଖିତ ଉପାୟ ପିଲାଙ୍କୁ ସହଜରେ ନୀଦରୁ ଉଠାଇବାରେ ସହାୟକ ହୋଇଥାଏ ।

୧. ପିଲାଙ୍କୁ ଏକ ନିଶ୍ଚିତ ସମୟରେ ଉଠାନ୍ତୁ । ଉଠାଇବା ସମୟରେ ସ୍ନେହ କରନ୍ତୁ । ଏହା ଦ୍ୱାରେ ସେମାନେ ଦିନସାରା ସତେଜ ଓ ଚିନ୍ତାମୁକ୍ତ ରହିଥାନ୍ତି ।

୨. ପିଲାଙ୍କୁ ଉଠାଇବା ସମୟରେ କକ୍ଷରେ ପ୍ରାକୃତିକ ଆଲୋକ ପ୍ରବେଶକୁ ଗୁରୁତ୍ୱ ଦିଅନ୍ତୁ । ଏହା ସେମାନଙ୍କୁ ସହଜରେ ଉଠାଇବାରେ ସହାୟକ ହୋଇଥାଏ । ଆପଣ ଚାହିଁଲେ ସକାଳେ ମଧୁର ସଂଗୀତର ସାହାଯ୍ୟ ନେଇପାରିବେ ।

୩. ପିଲାଙ୍କୁ ହାତ କିମ୍ବା କାନ୍ଧରେ ହାଲୁକା ସ୍ପର୍ଶ କରି ଉଠାନ୍ତୁ । ଆପଣ କିଛି ସକାରତ୍ମକ ବାକ୍ୟ ମଧ୍ୟ ବ୍ୟବହାର କରିପାରିବେ ଯେପରି ଗୁଡ୍ ମର୍ଣ୍ଣିଂ,ଧନ, ସ୍ୱାଦିଷ୍ଟ ଭୋଜନ କିଏ ଖାଇବ ଇତ୍ୟାଦି । ସେମାନଙ୍କୁ ହଠାତ ଚମକାଇଲା ଭଳି ନୀଦରୁ ଉଠାନ୍ତୁ ନାହିଁ ।

୪. ସକାଳେ ଘରର ମାହୋଲ ସକାରାତ୍ମକ ରଖନ୍ତୁ । ଏହା ଦ୍ୱାରା ପିଲାଙ୍କ ସୃଜନଶୀଳତା ବୃଦ୍ଧି ହେବା ସହ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ । ଏହା ଦ୍ୱାରା ପିଲାମାନେ ଖୁସି ଖୁସି ନିଜେ ଉଠିଥାନ୍ତି ।

୫. ବ୍ୟାକ୍ ଟୁ ବ୍ୟାକ୍ ଆଲାର୍ମ ସେଟ୍ କରିବା ଏକ ଉତ୍ତମ ଉପାୟ । ଏଥିପାଇଁ ହାଲୁକା ଶବ୍ଦର ଆଲାର୍ମ ବ୍ୟବହାର କରନ୍ତୁ । ଏହା ସେମାନଙ୍କୁ ଧୀରେ ଧୀରରେ ଉଠିବାରେ ସହାୟକ ହୋଇଥାଏ ।