fbpx

IGNOU ପକ୍ଷରୁ ନିଯୁକ୍ତି ସୁଯୋଗ: ସିନିୟର ପୋଷ୍ଟରେ ଚାକିରି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ରହିଥିବା ଆଶାୟୀଙ୍କ ପାଇଁ ଆସଛି ଏକ ଖୁସି ଖବର । ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ସିନିୟର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କ କିମ୍ବା ଇଗ୍ନୋର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ । ଏହି ପଦ ପାଇଁ ନିଯୁକ୍ତି ଚୟନ କମିଟି ଦ୍ୱାରା ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏହି ପଦ ପାଇଁ ପ୍ରାର୍ଥୀଙ୍କୁ ମାସିକ ୨,୧୦,୦୦୦ ଟଙ୍କା ବେତନ ସହିତ ୧୧,୨୫୦ ଟଙ୍କା ବିଶେଷ ଭତ୍ତା ପ୍ରଦାନ କରାଯିବ । ଏଥିସହିତ ବିଶ୍ୱବିଦ୍ୟାଳୟ ତରଫରୁ କର୍ମଚାରୀଙ୍କୁ ମିଳୁଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ସାମିଲ ରହିଛି ।

ଏହି ନିଯୁକ୍ତି ପାଇଁ କିଛି ସର୍ତ୍ତ ଓ ନିୟମାବଳୀ ଧାର୍ଯ୍ୟ କରାଯାଇଛି । ପ୍ରାର୍ଥୀଙ୍କର କାର୍ଯ୍ୟ କ୍ଷେତ୍ରରେ ୧୦ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ । ଏଥିସହିତ ପ୍ରାର୍ଥୀ ଯେ କୌଣସି ବିଶ୍ୱବିଦ୍ୟାଳୟ ବା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ / ଏକାଡେମୀ ପ୍ରଶାସନିକ ସଂଗଠନ ସହ ଜଡ଼ିତ ରହିଥିବା ଆବଶ୍ୟକ । ଭାଇସ ଚାନ୍ସେଲଦର ପଦ ପୂରଣ ହେବ । ଏହି ପଦ ପାଇଁ ପ୍ରାର୍ଥୀଙ୍କର ବୟସ ୬୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ କ୍ଷେତ୍ରରେ କୋହଳ କରାଯିବ ।

ନୋଟିଫିକେସନ ଲିଙ୍କ: http://www.ignou.ac.in/userfiles/VC%20Advertisement%20-%20English.pdf

Get real time updates directly on you device, subscribe now.