fbpx

ଖୁସିଖବର! କରୋନା ଟୀକା ପ୍ରସ୍ତୁତ କରିଛୁ ବୋଲି ଇସ୍ରାଏଲ ରକ୍ଷାମନ୍ତ୍ରୀଙ୍କ ଦାବି, ଶରୀରରେ ହିଁ ଭାଇରସକୁ କରିବ ସଫା

ନିଜର ଟେକ୍ନୋଲୋଜିକୁ ନେଇ ପ୍ରସିଦ୍ଧ ଥିବା ଇସ୍ରାଏଲ କରୋନା ଭାଇରସର ଟୀକା ପ୍ରସ୍ତୁତ କରିଥିବା ଦାବି କରିଛି । ଇସ୍ରାଏଲର ରକ୍ଷାମନ୍ତ୍ରୀ ନେଫତାଲୀ ବେନ୍ନେଟ ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆଇଆଇବିଆର ରିସର୍ଚ୍ଚ ସେଣ୍ଟର କରୋନା ଟୀକା ପ୍ରସ୍ତୁତ କରିବାରେ ସଫଳ ହୋଇଛି । ସଂସ୍ଥା ଦ୍ୱାରା ଆଣ୍ଟିବଡି ପ୍ରସ୍ତୁତ ହୋଇସାରିଛି । ଟୀକାକୁ ବିକଶିତ କରିବା ମଧ୍ୟ ଶେଷ ହୋଇଛି । ଏବେ ଟୀକାର ପେଟେଣ୍ଟ ଓ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଶରୀରରେ ହିଁ କରୋନା ଭାଇରସକୁ ସଫା କରିବ ଏହି ଟୀକା ।’


ତେବେ ଆଇଆଇବିଆର ଇସ୍ରାଏଲର ବହୁ ଗୁପ୍ତ ସଂସ୍ଥା ବୋଲି ଜଣାପଡିଛି । ଏଠାରେ ଚାଲିଥିବା ପରୀକ୍ଷା, ଯାଞ୍ଚ ବିଷୟରେ ବାହାର ଦୁନିଆକୁ ଖବର ନଥାଏ । କିନ୍ତୁ କରୋନା ସଙ୍କଟ ସମୟରେ କରୋନା ଟୀକା ପ୍ରସ୍ତୁତ କରି ଏହା ବିଶ୍ୱର ଲୋକଙ୍କ ପାଇଁ ଖୁସିଖବର ଆଣିଦେଇଛି ।

Get real time updates directly on you device, subscribe now.