fbpx

ଆଗକୁ ପରୀକ୍ଷା ହେବ ୫ହଜାର ନମୁନା: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ବାହାରୁ ଆସୁଥିବା ପ୍ରବାସୀ ଅମାନିଆଙ୍କୁ ଚେତାବନୀ ଦିଆଯାଇଛି । କ୍ୱାରେଣ୍ଟିନରେ ନରହିଲେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ କଡ଼ା ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏହାସହ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ପ୍ରବାସୀ ୧୪ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ମନ୍ତ୍ରୀ କହିଛନ୍ତି । ଯାହାର ଲକ୍ଷଣ ପ୍ରକାଶ ପାଇବ ତାଙ୍କର ସ୍ୱାବ ପରୀକ୍ଷା ହେବ । ବର୍ତ୍ତମାନ ଦିନକୁ ୩ହଜାର ନମୁନା ପରୀକ୍ଷା ହେଉଛି । ଆଗକୁ ୫ହଜାର ନମୁନା ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବାହାର ରାଜ୍ୟରେ ଲକ ଡାଉନ ପାଇଁ ବହୁ ଓଡ଼ିଆ ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶା ଫେରେଇ ଆଣିବା ପାଇଁଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । କରୋନା ସତର୍କତା ଦୃଷ୍ଟିରେ ରଖି ସେମାନେ ଓଡ଼ିଶା ଆସିବା ପରେ ସେମାନଙ୍କ ନମୁନା ପରୀକ୍ଷା କରାଯାଉଛି । ଏହାସହ କରୋନା ଯୁଦ୍ଧ ପାଇଁ ରାଜ୍ୟରେ ମଧ୍ୟ ନମୁନା ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.