fbpx

ସସପେଣ୍ଡ ହେଲେ କିଶନନଗର IIC: ଜାଣନ୍ତୁ କାହିଁକି

Advertisement

କଟକ: କଟକ କିଶନନଗର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ଉପରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ଏକ ମାମଲାର ତଦନ୍ତରେ ଅବହେଳା ଯୋଗୁଁ ପଦରୁ ନିଲମ୍ବିତ ହୋଇଛନ୍ତି ଆଇଆଇସି ସସ୍ମିତ ରଣା । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଆଇଆଇସିଙ୍କୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁସାରେ, ଯୁବକଙ୍କ ଆତ୍ମାହୂତି ମାମଲାରେ ପୋଲିସର ତଦନ୍ତ ଅବହେଳା ହୋଇଥିଲା । ଯାହାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୋଲିସ ଡିଜି । କିଶନନଗର ଥାନା ଆଇଆଇସି ସସ୍ମିତ ରଣାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଡ୍ୟୁଟିରେ ଥାଇ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ସସ୍ମିତଙ୍କୁ ଡିଜି ନିଲମ୍ବନ କରିଛନ୍ତି ।

ଇଷାଣୀ ବରମପୁରର ଗୁଣନିଧୀ ବିଶୋୟୀ କିଶନନଗର ଥାନା ସାମନାରେ ନିଜକୁ ଜଳାଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ତେବେ ତାଙ୍କୁ ଉଚିତ ସମୟରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁଣନିଧୀ ପ୍ରାଣ ହରାଇଛନ୍ତି । ତେବେ କୌଣସି ଏକ ଜମିବାଡି ବିବାଦରେ ନ୍ୟାୟ ପାଇବା ପାଇଁ ଦାବି କରି ଏମିତି କାଣ୍ଡ ଘଟାଇଥିଲେ ଗୁଣନିଧୀ ।

Get real time updates directly on you device, subscribe now.