ଗୁରୁଙ୍କୁ ଗାଳି କରି ଅଖାଡାରୁ ବାହାର ହେଲେ IITବାବା, କୁମ୍ଭମେଳାରେ ବେସାହାରା ବୁଲୁଛନ୍ତି ଅଭୟ
ଘର କଳି ପାଇଁ ସଂସାର ତ୍ୟାଗ କରିଥିଲେ ବାବା । ଆଶ୍ରା ଖୋଜୁଛନ୍ତି ଇଞ୍ଜିନିୟର ବାବାଜୀ ।
ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଭାଇରାଲ ଆଇଆଇଟି ବାବାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆଇଆଇଟି ବାବା ଅଭୟ ସିଂଙ୍କୁ ଆଖଡାରୁ ବିଦା କରାଯାଇଛି । ଶନିବାର ସେ ରହୁଥିବା ଜୁନା ଆଖଡାରୁ ତାଙ୍କୁ ବହିଷ୍କୃତ କରାଯାଇଛି । ବାବା ତାଙ୍କ ଗୁରୁ ମହନ୍ତ ସୋମେଶ୍ବର ପୁରୀ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ଉପରେ ଏଭଳି କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ବାବା ଅଭୟଙ୍କୁ ଆଖଡା ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି ।
ଏବେ କରିବେ କଣ : ବାସନ୍ଦ ହେଲେ ଆଇଆଇଟି ବାବା । ଜୁନା ଆଖଡାର ମୁଖ୍ୟ ମହନ୍ତ ହରି ଗିରି କହିଛନ୍ତି, ଏହି ଆଖଡା ସନ୍ନ୍ୟାସ ନିୟମ କାନୁନ ଅନୁସାରେ ଚାଲେ, ଏଥିରେ ଯେଉଁମାନେ ଅବହେଳା କରନ୍ତି ସେମାନଙ୍କୁ ସନ୍ନ୍ୟାସୀ ଭାବେ ଗଣାଯାଏନାହିଁ । ବାବା ଅଭୟ ସିଂ ତାଙ୍କୁ ଗୁରୁଙ୍କୁ ଅସମ୍ମାନ କରିଛନ୍ତି ।
ଯାହା ସନାତନ ଧର୍ମ ଏବଂ ଜୁନା ଆଖାଡା ନିୟମ ବିରୋଧୀ । ସେ ହୁଅନ୍ତ ଅବା ଅନ୍ୟ କେହି ନିୟମ ଉପରେ ନୁହେଁ । ବାବା ଅଭୟ ତାଙ୍କ ଗୁରୁଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ଆଖଡାର ଶୃଙ୍ଖଳା କମିଟି ତାଙ୍କୁ ଆଖଡାରୁ ବହିଷ୍କୃତ କରିଛି।
ଆଇଆଇଟି ବମ୍ବେରୁ ଏରୋସ୍ପେଶ ଇଞ୍ଜିନିୟରିଙ୍ଗରେ ଗ୍ରାଜୁଏସନ ପରେ ନିଜ କ୍ୟାରିୟର ଛାଡି ସନ୍ୟାସୀ ହୋଇଯାଇଥିଲେ । ମହାକୁମ୍ଭ ମେଳାରେ ରାତାରାତି ଭାଇରାଲ ହୋଇଥିଲେ ଅଭୟ ସିଂ । ଆଇଆଟି ବାବାଙ୍କ ନାମରେ ସାରା ଭାରତରେ ଏବେ ସେ ପରିଚିତ ।