fbpx

ବେଆଇନ ଭାବେ ମାଛ ମାରୁଥିବାରୁ ଗହୀରମଥାରୁ ୨୦ମତ୍ସ୍ୟଜୀବୀ ଗିରଫ

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ରାଜନଗର ଗହୀରମଥାରୁ ୨୦ମତ୍ସ୍ୟଜୀବୀ ଗିରଫ ହୋଇଥିବା ସୂଚନା ମିଳିଛି । ବେଆଇନ ଭାବେ ମାଛ ମାରୁଥିବା ବେଳେ ୨ଟ୍ରଲର ଜବତ ହେବା ସାଙ୍ଗକୁ ୨୦ଜଣ ଗିରଫ ମଧ୍ୟ ହୋଇଛନ୍ତି । ସେଠାରେ ୫୦କ୍ୱିଣ୍ଟାଲ ମାଛ ସହ ୧୦ଟି ଜାଲ ଜବତ ହୋଇଥିବା ସୂଚନା ମିଳିଛି ।
ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ  ଏକ ବୈଠକରେ ୬୬ଟି ଶିବିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ୨୦୨୦ ମେ ୩୧ଯାଏ ୩ଟି ସ୍ଥାନରେ ମାଛଧରା ନିଷେଧ କରାଯାଇଥିଲା । ସେହି ସ୍ଥାନଗୁଡ଼ିକ ହେଉଛି ଗହୀରମଥା, ଋଷିକୁଲ୍ୟା ଓ ଦେବୀ ମୁହାଣ । ଏହି ସବୁ ସ୍ଥାନରେ ଉପକୂଳରୁ ୧୨୦କିମି ଯାଏ ସମୁଦ୍ରରେ ମାଛଧରା ଉପରେ କଟକଣା ଲାଗୁ ହୋଇଥିଲା । ଏନେଇ ୭ମାସ ଯାଏ ଧୀବରଙ୍କ ପରିବାରକୁ ମାସିକ ୭.୫ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ଗହୀରମଥାରେ ମାଛ ମାରିବାକୁ ନିଷେଧ ଥିବା ବେଳେ ମଧ୍ୟ ସେମାନେ ବେଆଇନ ଭାବେ ମାଛ ଧରିବାରୁ ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.