fbpx
BJD SKY
BJD SKY

ପାଣି ବଦଳରେ ନଳକୂପରୁ ଛୁଟିଲା ମଦର ସୁଅ, ବୁଲଡୋଜର ଲଗାଇ ପୋଲିସ କଲା ସନ୍ଧାନ

BJD

ଝାନ୍‌ସୀ: ଝାନ୍‌ସୀରେ ନଳକୂପରୁ ପାଣି ବଦଳରେ ବାହାରୁଛି ମଦ । ପୋଲିସ ଏଠାରେ ଅବୈଧ ମଦ କାରବାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପହଞ୍ଚିଥିଲା । ଏହି ସମୟରେ ଭୂମି ତଳେ ବହୁ ଫୁଟ ତଳେ ଡ୍ରମ୍‌ରେ ଲୁଚାଇ ରଖାଯାଇଥିବା ଅବୈଧ ମଦକୁ ପୋଲିସ ଓ ଅବକାରୀ ବିଭାଗ ଜବତ କରିଛି । ଏଥର କିନ୍ତୁ ମଦର ନଳକୂୂପକୁ ଖୋଜିବାକୁ ପୋଲିସକୁ ବୁଲଡୋଜରର ସହାୟତା ନେବାକୁ ମିଳିଥିଲା ।

ଏହି ମାମଲା ମୋଠ ଥାନା ଅଞ୍ଚଳରେ ସାମ୍ନାକୁ ଆସିଛି । ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଅବୈଧ ମଦ ଗୋଦାମ ଉପରେ ଚଢଉ କରାଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପୋଲିସ ହଜାର ଲିଟର ଦେଶୀମଦ ନଷ୍ଟ କରିଦେବା ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଉପକରଣ ନଷ୍ଟ କରିଦେଇଛି ଓ ୨ ଜଣ ମହିଳାଙ୍କୁ ଗିରଫ କରିଛି ।

ପୋଲିସ ସଂପୃକ୍ତ ଅଞ୍ଚଳରେ ଅବୈଧ ଭାବରେ ମଦ କାରବାର ହେଉଥିବା ଖବର ପାଇ ଚଢଉ କରିଥିଲା କିନ୍ତୁ ବହୁ ଖୋଜାଖୋଜି ପରେ କିଛି ସନ୍ଧାନ ପାଇ ନ ଥିଲା । ଏହାପରେ ନିକଟବର୍ତ୍ତୀ ଜମିରେ ଏକ ହ୍ୟାଣ୍ଡପମ୍ପକୁ ଅନୁସନ୍ଧାନ କରିବା ପରେ ତାହା ଏକ ମଦ କୂପ ବୋଲି ଜଣାପଡିଥିଲା । କାରଣ ପୋଲିସ ହ୍ୟାଣ୍ଡପମ୍ପକୁ ଯେତେବେଳେ ଚଲାଇଥିଲା ସେତେବେଳେ ସେଥିରୁ ପାଣି ପରିବର୍ତ୍ତେ ମଦ ବାହାରିଥିଲା । ଏହି ମଦକୂପରୁ ପୋଲିସ ଏକାଧିକ ମଦ ଭର୍ତ୍ତି ଡ୍ରମ ଜବତ କରିଥିଲା ।

Get real time updates directly on you device, subscribe now.