fbpx

ହ୍ୱାଟ୍ସଆପରେ ବି କରିପାରିବେ କଲ୍ ରେକର୍ଡ଼, ଜାଣନ୍ତୁ ୨ଟି ସହଜ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଟେକ୍ନୋଲୋଜିର ରାଜ୍ ଚାଲିଛି । ଗୋଟିଏ କ୍ଲିକରେ ଘରେ ବସି ସବୁ କାମ ସହଜରେ ହୋଇପାରୁଛି । କହିବାକୁ ଗଲେ ବୃତ୍ତିଗତ ଜୀବନରେ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଏଥିମଧ୍ୟରେ ହ୍ୱାଟ୍ସଆପ୍ ବେଶ ଲୋକପ୍ରିୟତା ହାସଲ କରିଛି । ଦୂରରେ ଥିବା ପରିବାର ବର୍ଗ, ସାଙ୍ଗସାଥୀ, ସମ୍ପର୍କୀୟଙ୍କ ସହ ହ୍ୱାଟ୍ସଆପ୍ ମାଧ୍ୟମରେ ମେସେଜ୍ ଓ ଭିଡ଼ିଓ କଲିଂ କଥାବାର୍ତ୍ତା କରିବାର ସୁବିଧା ରହିଛି । ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର ଲଞ୍ଚ୍ କରିଥାଏ । ଅଧିକାଂଶ ଲୋକଙ୍କ ଅଭିଯୋଗ ରହିଛି ଯେ ଆପ୍ କମ୍ପାନୀ କଲ୍ ରେକର୍ଡ଼ିଂ ଭଳି କୌଣସି ଫିଚର ପ୍ରଦାନ କରିନଥାଏ । ତେବେ ଆପଣଙ୍କ ଜାଣିବା ଜରୁରୀ ଯେ କଲ୍ ରେକର୍ଡ଼ିଂ ପାଇଁ ହ୍ୱାଟ୍ସଆପ୍ କୌଣସି ଅଫିସିଆଲ ଉପାୟ ପ୍ରଦାନ କରିନଥାଏ । କିନ୍ତୁ ଯଦି ଆପଣଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ଅଛି ତେବେ ସହଜରେ କଲ ରେକର୍ଡ଼ିଂ କରିପାରିବେ । ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପରେ କଲ୍ ରେକର୍ଡ଼ିଂ ପାଇଁ ୨ଟି ଉପାୟ ବିଷୟରେ:

୧. ପ୍ରଥମ: ପରୀକ୍ଷାମୂଳକ ଭାବେ ପ୍ରଥମେ ଏକ ହ୍ୱାଟ୍ସଆପ୍ କଲ୍ କରନ୍ତୁ । (ଯଦି ଆପଣଙ୍କ ଫୋନ୍ ମଲ୍ଟିଟାସ୍କିଂ ତେବେ ବିନା ଫୋନ୍ କାଟି ବ୍ୟାକ୍ କରନ୍ତୁ ।) ବ୍ୟାକ୍ କରିବା ପରେ ଭଏସ ରେକର୍ଡ଼ିଂ ଆପକୁ ଖୋଲନ୍ତୁ । ଏହା ପରେ ରେକର୍ଡ଼ିଂ ବଟନ୍ ଉପରେ କ୍ଲିକ୍ କରନ୍ତୁ । ରେକର୍ଡ଼ିଂ ଚାଲୁ ହୋଇଯିବ । କଥାବାର୍ତ୍ତା ଶେଷ ହେଲା ପରେ ରେକର୍ଡ଼ିଂ ଚେକ୍ କରିଦିଅନ୍ତୁ ।

୨. ଦ୍ୱିତୀୟ: ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ ‘Cube Call App’ କିମ୍ବା ‘Cube Call Recorder’ ଡାଉନ୍ଲୋଡ଼୍ କରନ୍ତୁ । ଏହି ଆପ୍ ମାଧ୍ୟମରେ ଆପଣଙ୍କ ଫୋନରୁ ହ୍ୱାଟ୍ସଆପ୍ କଲ୍ ଗଲେ କିମ୍ବା ଆସିଲେ ଅଟୋମେଟିକ କଲ୍ ରେକର୍ଡ଼ ହୋଇଥାଏ । ରେକର୍ଡ଼ିଂ ଶେଷ ହେଲା ପରେ ଅଟୋମେଟିକ୍ ଇଣ୍ଟରନାଲ ମେମୋରୀରେ ସେଭ୍ ହୋଇଯାଏ ।

 

Get real time updates directly on you device, subscribe now.