fbpx

SBI Electoral Bond ମାମଲା: କାଲି ସୁଦ୍ଧା ସମସ୍ତ ତଥ୍ୟ ମିଳିବା ଦରକାର… ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଇଲେକ୍ଟୋରାଲ ବଣ୍ଡ ମାମଲାରେ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇଛନ୍ତି । ଗତ ୨୬ ଦିନ ଭିତେରେ ବ୍ୟାଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଏଥିପାଇଁ ଷ୍ଟେଟବ୍ୟାଙ୍କ ପକ୍ଷରୁ ଆଡଭୋକେଟ ହରୀଶ ସାଲଭେ ଅଦାଲତଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଛନ୍ତି । ତେବେ ଏଥିରେ ସୁପ୍ରିମ ଅଦାଲତ ଷ୍ଟେଟ ବ୍ୟାଙ୍କକୁ ସମୟ ଦେବା ପାଇଁ ମନା କରି ଦେଇଛନ୍ତି । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ କମିସନଙ୍କ ଏ ନେଇ ସମସ୍ତ ତଥ୍ୟ ଡିପୋଜିଟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସମସ୍ତ ଡାଟା ଉପଲବ୍ଧ କରାଇବା ପାଇଁ ଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉ କି, ଫେବୃଆରୀ ମାସରେ ନିର୍ବାଚନୀ ସ୍କିମ ଉପରେ ରୋକ ଲଗା ଯାଇଥିଲା । ବର୍ତ୍ତମାନ ଏହି ମାମଲାରେ ଷ୍ଟେଟ ବ୍ୟାଙ୍କକୁ ତାଗିଦ୍ କରିଛନ୍ତି ସୁପ୍ରିମ ଅଦାଲତ । ଗତ ୨୬ ଦିନରେ କେଉଁ ସବୁ ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏଥିପାଇଁ ଆଡେଭୋକେଟ ସମୟ ମାଗିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଛନ୍ତି କାଲି ସୁଦ୍ଧା ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ହରୀଶ ସାଲଭେ କହିଥିଲେ ଯେ, ବ୍ୟାଙ୍କକୁ ସମସ୍ତ ତଥ୍ୟ ଏକତ୍ର କରିବା ପାଇଁ ଅଧିକ ସମୟର ଆବଶ୍ୟକତା ରହିଛି । ସମସ୍ତ ତଥ୍ୟ ବନ୍ଦ ଲଫାପା ଭିତରେ ରଖାଯାଏ ବୋଲି କହିଛନ୍ତି ସାଲଭେ । ତେବେ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଷ୍ଟେଟ ବ୍ୟାଙ୍କ ଉପରେ ପ୍ରଶ୍ନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଷ୍ଟେଟ ବ୍ୟାଙ୍କ ଡୋନରମାନଙ୍କ ତଥ୍ୟ ପ୍ରକାଶ କରିବା ଉଚିତ୍ । ତେଣୁ ଆଦେଶ ପାଳନ କରିବା ପାଇଁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ ।

ତେବେ ତଥ୍ୟ ଏକତ୍ର କରି ଦାଖଲ କରିବା ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିବାରୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ଗତ ୨୬ ଦିନ ଭିତରେ ବ୍ୟାଙ୍କ କେଉଁ ପଦକ୍ଷେପ ନେଇଛି? ଆବେଦନରେ ଏ ନେଇ କୌଣସି ସୂଚନା ଦିଆ ଯାଇନାହିଁ । ତେବେ ସମସ୍ତ ତଥ୍ୟ ବନ୍ଦ ଲଫାପାରେ ଅଛି ଏବଂ ଏହାକୁ ଖୋଲି କେବଳ ତଥ୍ୟ ଦେବାକୁ ପଡ଼ିବ ବୋଲି ମାମଲା ଶୁଣାଣୀ ପାଇଁ ଗଠିତ ଏହି ଖଣ୍ଡପୀଠର ବିଚାରପତି ଖନ୍ନା କହିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧୀନରେ ଗଠିତ ଏହି ୫ ଜଣିଆ ଖଣ୍ଡପୀଠରେ ଜଷ୍ଟିସ ରାଜୀବ ଖନ୍ନା, ଜଷ୍ଟିସ ବି.ଆର ଗବଇ, ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରା ସାମିଲ ରହିଛନ୍ତି ।

Get real time updates directly on you device, subscribe now.