fbpx
BJD
BJD SKY
BJD SKY

“ଯେଉଁଠାରେ ଥିଲି ପୁଣି ସେଠାକୁ ଫେରି ଆସିଛି, ବର୍ତ୍ତମାନ ଅନ୍ୟ କୌଣସି ସ୍ଥାନକୁ ଯିବାର ପ୍ରଶ୍ନ ଉଠୁ ନାହିଁ”: ନୀତିଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଗତ କିଛିଦିନ ହେବ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି। ନୀତିଶ ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ନୀତିଶ ଏଥର ଏନଡିଏ ସମର୍ଥନରେ ରାଜ୍ୟରେ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ସକାଳେ ନୀତିଶ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ସନ୍ଧ୍ୟାରେ ରାଜ୍ୟପାଳ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇଛନ୍ତି। ଅନ୍ୟପଟେ ନୀତିଶଙ୍କ ସହିତ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ତେବେ ନୀତିଶଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଆଉ ଏହି ପରିପ୍ରେକ୍ଷୀରେ ନୀତିଶ କୁମାର ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, “ମୁଁ ପୂର୍ବରୁ ଯେଉଁଠାରେ ଥିଲି (ଏନଡିଏ) ପୁଣି ସେଠାକୁ ଫେରି ଆସିଛି। ବର୍ତ୍ତମାନ ଅନ୍ୟ କୌଣସି ସ୍ଥାନକୁ ଯିବାର ପ୍ରଶ୍ନ ଉଠୁ ନାହିଁ।”

ତେବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିବୃତି ଦେଇଥିଲେ ‌ଯେ, ଜେଡିୟୁ ୨୦୨୪ମସିହାରେ ଶେଷ ହେବ। ଏହା ଉପରେ ପ୍ରତିକ୍ରିୟା ଦେଇ ନୀତୀଶ କହିଛନ୍ତି, “ଆମେ ବିହାରର ବିକାଶ ଏବଂ ପ୍ରଗତି ପାଇଁ କାର୍ୟ୍ୟ କରୁଥିଲୁ। ଆଗକୁ ମଧ୍ୟ ଆମେ ସମାନ କାର୍ୟ୍ୟ ଜାରି ରଖିବୁ। ତେଜସ୍ୱୀ ଯାଦବ କିଛି ବି କରୁନଥିଲେ। ଏବେ ଆମେ ବିଜେପି ସହ ହାତ ମିଳାଇଛୁ। ୮ଜଣ ନେତା ଆଜି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ଅନ୍ୟମାନଙ୍କୁ ଶୀଘ୍ର ଅନ୍ତର୍ଭୁକ୍ତ କରାଯିବ। ଉପମୁଖ୍ୟମନ୍ତ୍ରୀ ଭାବରେ ସମ୍ରାଟ ଚୌଧରୀ ଏବଂ ବିଜୟ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ”

 

Get real time updates directly on you device, subscribe now.