fbpx

U-19 ବିଶ୍ୱକପରେ ଭାରତର କମାଲ: ଆମେରିକା ୫୦ ଓଭର ଖେଳିଲା, ମାତ୍ର ୧୨୫ ରନରେ ଅଟକିଗଲା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଯୁବ ବାହିନୀ କମାଲ୍ କରିଛି । ଆମେରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୨୦୧ ରନର ଏକ ବୃହତ୍ ବିଜୟ ହାସଲ କରିଛି । ଆମେରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ବେଳେ ଭାରତ ରନର ଏକ ପାହାଡ଼ ଛିଡ଼ା କରିଥିଲା । ୩୨୬ ରନକୁ ପିଛା କରିବାକୁ ଯାଇ ଆମେରିକା ମାତ୍ର ୧୨୫ ରନରେଅଟକି ଯାଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୫ ୱିକେଟ ହରାଇ ୩୨୬ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଦଳ ପକ୍ଷରୁ ଅର୍ଶିନ କୁଲକର୍ଣ୍ଣି ୧୦୮ ରନ୍ ସଂଗ୍ରହ କରିଥିବା ବେଳେ ମୁଶିର ଖାନ ୭୩ ରନ୍ ସଂଗ୍ରହ କରିଥିଲେ । ଆମେରିକା ପକ୍ଷରୁ ଆର୍ୟା ଗର୍ଗ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଅତିନ୍ଦ୍ର ସୁବ୍ରମଣ୍ୟମ ୨ଟି ୱିକେଟ ହାସଲ କରିଥିଲେ ।

୩୨୬ ରନର ବିଜୟଲକ୍ଷ୍ୟ ନେଇ ପଡ଼ିଥିବା ଓହ୍ଲାଇଥିବା ଆମେରିକାର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ । ଫଳରେ ଦଳ ୫୦ ଓଭର ଖେଳିଥିଲେ ହେଁ ୮ ୱିକେଟ ହରାଇ ମାତ୍ର ୧୨୫ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଟିମ୍ ଇଣ୍ଡିଆ ୨୦୧ ରନରେ ଏକ ବୃହତ ବ୍ୟବଧାନରେ ବିଜୟ ହାସଲ କରିଥିଲା । ଆମେରିକା ପକ୍ଷରୁ ଉତ୍କର୍ଷ ଶ୍ରୀବାସ୍ତବ ସର୍ବାଧିକ ୪୦ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ନମନ ତିୱାରୀ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାଚରେ କେବଳ ପ୍ରୟାଂଶୁ ମୋଲିୟାଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲରଙ୍କ ଇକୋନୋମିକ ରେଟ୍ ୪ ତଳେ ରହିଥିଲା ।

Get real time updates directly on you device, subscribe now.