fbpx

UGC ପକ୍ଷରୁ ନୂଆ ଡ୍ରାଫ୍ଟ ଗାଇଡଲାଇନ୍: SC, ST, OBC ପ୍ରାର୍ଥୀ ନ ମିଳିଲେ ସାଧାରଣ ବର୍ଗଙ୍କ ଦ୍ୱାରା ଉଚ୍ଚ ଶିକ୍ଷାନୁଷ୍ଠାନର ପଦ ପୂରଣ କରାଯିବ

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷିତ ବର୍ଗଙ୍କ ପାଇଁ ଖାଲି ଥିବା ପଦ ପୂରଣ ହୋଇ ପାରୁନାହିଁ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି) ବର୍ଗର ଯୋଗ୍ୟ ପ୍ରାର୍ଥୀ ମିଳୁନଥିବାରୁ ସେ କ୍ଷେତ୍ରରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଦ୍ୱାରା ଉକ୍ତ ଖାଲି ପଦ ପୂରଣ କରାଯିବ । ଏ ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନୂଆ ଡ୍ରାଫ୍ଟ ଗାଇଡଲାଇନ୍ ଜାରି କରାଯାଇଛି ।

ୟୁଜିସି ପକ୍ଷରୁ କୁହାଯାଇଛି, ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଏସସି, ଏସଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ଥିବା ଖାଲି ପଦକୁ ଅଣସଂରକ୍ଷିତ ଭାବେ ଘୋଷଣା କରାଯାଇ ପାରିବ । ଆବଶ୍ୟକ ସଂଖ୍ୟକ ସଂରକ୍ଷିତ ପ୍ରାର୍ଥୀ ଉପଲବ୍ଧ ନ ହେବାରୁ ସାଧାରଣ ବର୍ଗଙ୍କ ପାଇଁ କିଛି ନିୟମାବଳୀ ଜାରି କରାଯାଇଛି । ଉଚ୍ଚଶିକ୍ଷାନୁଷ୍ଠାନରେ ସଂରକ୍ଷଣ ନୀତି କାର୍ଯ୍ୟକାରୀ କରିବା ପାଇଁ ଗତ ଡିସେମ୍ବର ୨୭ ତାରିଖରେ ୟୁଜିସି ଦ୍ୱାରା ନିୟମାବଳୀ ଜାରି କରାଯାଇଥିଲା । ଜାନୁଆରୀ ୨୮ ତାରିଖ ସୁଦ୍ଧା ଏନେଇ ଲୋକଙ୍କ ମତାମତ ମଗାଯାଇଥିଲା ।

କୌଣସି ସିଧାସଳଖ ନିଯୁକ୍ତିରେ ସଂରକ୍ଷିତ ପଦକୁ ଅଣସଂରକ୍ଷିତ ଭାବେ ଘୋଷଣା କରିବା ନେଇ ସାମାନ୍ୟ ପ୍ରତିବନ୍ଧକ ରହିଛି । ମାତ୍ର ଅସାଧାରଣ ମାମଲାରେ ଗ୍ରୁପ-ଏ’ର କୌଣସି ଖାଲି ପଦକୁ ସାର୍ବଜନିକ ହିତ ଉଦ୍ଦେଶ୍ୟରେ ଖାଲି ରହିବା ନେଇ ଅନୁମତି ଦିଆଯାଇ ନପାରେ । ଏ ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଏକ ପ୍ରସ୍ତାବ ପ୍ରସ୍ତୁତ କରିପାରିବ । ଅନ୍ୟପକ୍ଷରେ ଗ୍ରୁପ-ସି ଓ ଗ୍ରୁପ-ଡି ପଦ ପାଇଁ ଡି-ସଂରକ୍ଷଣ ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ଦ୍ୱାରା ଅନୁମୋଦନ କରାଯାଇପାରେ ।

Get real time updates directly on you device, subscribe now.