fbpx
BJD SKY
BJD SKY

ଯାନିକ ସିନ୍ନର ଜିତିଲେ ଅଷ୍ଟ୍ରେଲିଆନ ଓପନ: ୩୬ ବର୍ଷ ପରେ ନୂଆ ରେକର୍ଡ କଲେ ୨୨ ବର୍ଷୀୟ ଟେନିସ୍ ଷ୍ଟାର

BJD

ନୂଆଦିଲ୍ଲୀ: ଚଳିତ ବର୍ଷର ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିଛନ୍ତି ଇଟାଲିର ୨୨ ବର୍ଷୀୟ ଟେନିକ ତାରକା ଯାନିକ ସିନ୍ନର । ଫାଇନାଲରେ ଯାନିକ ପ୍ରତିପକ୍ଷ ରୁଷର ଡାନିଲ ମେଦଭେଦେଭଙ୍କୁ ୩-୬, ୩-୬, ୬-୪, ୬-୪, ୬-୩ ସେଟରେ ପରାସ୍ତ କରିଛନ୍ତି । ଆଜିର ଏହି ବିଜୟର ଫଳରେ ଯାନିକ ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତି ନୂଆ ରେକର୍ଡ କରିଛନ୍ତି ।

ଆଜିର ମୁକାବିଲା ୩ ଘଣ୍ଟା ୪୪ ମିନିଟ୍ ଧର ଚାଲିଥିଲା । ମେଲବର୍ଣ୍ଣ ପାର୍କରେ ମେଦଭେଦେଭ ତୃତୀୟ ଥର ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିଲେ । ଏହି ବିଜୟ ଫଳରେ ଯାନିକ ବିଶ୍ୱର ତୃତୀୟ ସର୍ବକନିଷ୍ଠ ତାରକା ଭାବେ ଅଷ୍ଟ୍ରେଲିଆନ୍ ଓପନ ଟାଇଟଲ ଜିତିଛନ୍ତି । ୧୯୮୮ ମସିହା ପରେ ନୋଭାକ୍ ଡି’ଜୋକୋଭିକ ଓ ଜିମ୍ କୋରିଅରଙ୍କ ପରେ ସିନର ଏହି ସମ୍ମାନଜନକ ହାର୍ଟ କୋର୍ଟ ଟାଇଟଲ ଜିତିପାରିଛନ୍ତି ।

ଏହାପୂର୍ବରୁ ଯାନିକ ଚଳିତ ଇଭେଣ୍ଟରେ ଏକ ବଡ଼ ବିପର୍ଯ୍ୟୟ ଘଟାଇ ବିଶ୍ୱର ଏକ ନମ୍ବର ତାରକା ଡି’ଜୋକୋଭିକଙ୍କୁ ସେମିଫାଇନାଲରେ ପରାସ୍ତ କରିଥିଲେ । ସେମିରେ ଯାନିକ ଜୋକୋଭିକଙ୍କୁ ୧-୬, ୨-୬, ୭-୬ (୮-୬) ୩-୬ ସେଟରେ ପରାସ୍ତ କରିଥିଲେ । ସେମି ମୁକାବିଲା ୩ ଘଣ୍ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ୨୨ ବର୍ଷୀୟ ଯାନିକ ବର୍ତ୍ତମାନ ସମୟରେ ଫୁଲଫର୍ମରେ ରହିଥିବା ବେଳେ ସେ ଗତ ୨୧ଟି ମ୍ୟାଚରୁ ୨୦ଟିରେ ବିଜୟ ହାସଲ କରିଛନ୍ତି ।

Get real time updates directly on you device, subscribe now.